ରାୟଗଡା: ରାୟଗଡାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଡିଜେ ତାଳେ ତାଳେ ନାଚିବା ବେଳେ ଟଳିପଡିଲେ ଯୁବକ । ରାୟଗଡା ସହର ରଇଡୋ କଲୋନୀରେ ଗଣେଶ ଭସାଣ ବେଳେ ଟଳି ପଡିଲେ ଯୁବକ । ଘଟଣା ପରେ ପରିବାର ଲୋକେ ତୁରନ୍ତ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










