25.1 C
Bhubaneswar
Monday, March 23, 2026
Homeଓଡିଶାମୋଦିଜୀଙ୍କ ୭୫ ତମ ଜନ୍ମଦିନରେ ୭୫ ଲକ୍ଷ ବୃକ୍ଷ ଚାରା ରୋପଣ ହେବ: ମନମୋହନ ସାମଲ

ମୋଦିଜୀଙ୍କ ୭୫ ତମ ଜନ୍ମଦିନରେ ୭୫ ଲକ୍ଷ ବୃକ୍ଷ ଚାରା ରୋପଣ ହେବ: ମନମୋହନ ସାମଲ

ଭୁବନେଶ୍ୱର: ସେବା ହିଁ ପରମ ଧର୍ମ। ଏହି ମନ୍ତ୍ରକୁ ଚରିତାର୍ଥ କରି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନିଜ ଜୀବନର ପ୍ରତ୍ୟେକ ମୁହୁର୍ତକୁ ଦେଶ ସେବାରେ ନିୟୋଜିତ କରିଛନ୍ତି। ଏହି କାରଣରୁ ତାଙ୍କ ଜନ୍ମଦିନକୁ “ସେବା ଦିବସ’ ଓ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯାଏ। ଚଳିତ ବର୍ଷ ମୋଦିଜୀ ୭୫ ତମ ଜନ୍ମଦିବସ ପଡୁଥିବାରୁ ଏହାକୁ ସ୍ମରଣୀୟ କରାଯିବ। ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ମା’ ପାଇଁ ଗଛଟିଏ” ଅଭିଯାନକୁ ବ୍ୟାପକ କରିବା ପାଇଁ ବିଜେପି ନିଷ୍ପତି ନେଇଛି। ସେପ୍ଟେମ୍ବର ୧୭ରେ ମୋଦିଜୀଙ୍କ ୭୫ ତମ ଜନ୍ମଦିନରେ ୭୫ ଲକ୍ଷ ବୃକ୍ଷ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ କ୍ରିୟାନ୍ୱିତ କରିବାରେ ବିଜେପି କୃଷକ ମୋର୍ଚ୍ଚାର ଗୁରୁ ଦାୟିତ୍ୱ ରହିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ “ମା’ ପାଇଁ ଗଛଟିଏ କର୍ମଶାଳା”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ପ୍ରତିଦିନ ଯେତିକି ଗଛ କଟାଯାଉଛି ସେହି ଅନୁସାରେ ବୃକ୍ଷ ଚାରା ରୋପଣ କରାଯାଉ ନାହିଁ। ଫଳରେ ଜଳବାୟୁ ପରବର୍ତନ ହେବା ସହ ପରିବେଶ ପ୍ରଦୂଷିତ ହେଉଛି। ଏଥିରୁ ରକ୍ଷାପାଇବା ପାଇଁ ବୃକ୍ଷ ଚାରା ରୋପଣ ଜରୁରୀ। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଆୟକୁ ଦ୍ୱିଗୁୁଣିତ କରିବାରେ ସହାୟକ ହୋଇଛି ବିଜେପି ସରକାର। ଏହାଛଡ଼ା ଜଳସେଚନଠାରୁ ଆରମ୍ଭ କରି ଅନେକ କୃଷି କଲ୍ୟାଣକାରୀ ଯୋଜନା କାର୍ଯକାରୀ କରି ଲୋକମାନଙ୍କ ଆସ୍ଥାଭାଜନ ହୋଇପାରିଛି। ଏସବୁ କୃଷି କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଁଚାଇବାରେ କୃଷକ ମୋର୍ଚ୍ଚା କାର୍ଯକର୍ତାମାନେ ପ୍ରମୁଖ ଭୂମିକା ନିର୍ବାହ କରିବେ।

କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କେଭି ସିଂହଦେଓ ଉଦ୍‌ଘାଟନ କରି କହିଥିଲେ, କୃଷକମାନେ ଯେ, କେବଳ ଅନ୍ନଦାତା ନୁହଁନ୍ତି, ସେମାନେ ଦେଶର ଭବିଷ୍ୟତ ନିର୍ମାତା। ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ସେବା ପକ୍ଷରେ ଗାଁରୁ ସହର ପର୍ଯ୍ୟନ୍ତ ବୃକ୍ଷ ଚାରା ରୋପଣ କରି ସେବାର ସନ୍ଦେଶ ପହଁଚାଇବେ ବିଜେପି କାର୍ଯ୍ୟକର୍ତା। କୃଷିତ୍ତଉତ୍ପାଦିତ ସାମଗ୍ରୀକୁ ବିଶ୍ୱବଜାରରେ ପହଁଚାଇବା ପାଇଁ ରାଜ୍ୟ ସରକାର ପ୍ରୟାସରତ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଛନ୍ତି ଯେ, ସେବା, ସମର୍ପଣ ଓ ସଙ୍କଳ୍ପର ମନ୍ତ୍ର ନେଇ ପ୍ରତ୍ୟେକ ଗାଁରେ ରାଜ୍ୟ ସରକାର କାର୍ଯ୍ୟ କରିବେ। ଏତଦ୍‌ବ୍ୟତୀତ ସ୍ଥାନୀୟ ଅଂଚଳରେ କୃଷି ଉତ୍ପାଦନ ସାମଗ୍ରୀର ପ୍ରଦର୍ଶନୀ କରାଯିବା ସହ ସଫଳ କୃଷକମାନଙ୍କୁ ସମ୍ମାନିତ କରିବା ଏବଂ “ଭୋକାଲ ଫର ଲୋକାଲ” ଅଭିଯାନ କରି କୃଷକମାନଙ୍କ ପାଖରେ ପହଁଚିବାକୁ ଆହ୍ୱାନ ଦେଇଥିଲେ। ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ସେବା ପକ୍ଷରେ ରାଜ୍ୟର ସମସ୍ତଙ୍କ ଘରେ ଚାରା ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେପ୍େଟମ୍ବର ୯ ଓ ୧୦ରେ ପ୍ରତ୍ୟେକ ଜିଲ୍ଲାରେ ଏଭଳି କର୍ମଶାଳା ଆୟୋଜନ କରିବା ପାଇଁ ନେତାମାନଙ୍କୁ ଦାୟିତ୍ୱ ବଂଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କର୍ମଶାଳାରେ ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, କୃଷକ ମୋର୍ଚ୍ଚା ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର, ହୃଷିକେଶ ଜେନା, ପୁଲିନ ପୁହାଣ, ସାଧାରଣ ସମ୍ପାଦକ ସମୀର ପାତ୍ର, ସମ୍ପାଦକ ମନୋଜ ସାହୁ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ଅଶୋକ ରଥ, ବିକ୍ରମ କେଶରୀ ରାଉତରାୟ, ଅବନେଶ୍ୱର ପ୍ରଧାନ, ସାମାଜିକ ଗଣମାଧ୍ୟମ ଓ ସୂଚନା ପ୍ରଯୁକ୍ତି ରାଜ୍ୟ ସଂଯୋଜକ ପ୍ରଦୀପ କୁମାର ସାହୁ, ସଂଯୋଜକ ଜଗନ୍ନାଥ ମହାପାତ୍ର, ଯଦୁମଣି ପାଣିଗ୍ରାହୀ, ଗୋବିନ୍ଦଚନ୍ଦ୍ର ପ୍ରଧାନ, ମଧୁସୂଦନ ଶର୍ମା, କେଶରୀ ଦୁର୍ଗା, ଯଶୋବନ୍ତ ସେଠ, ଜିତେନ୍ଦ୍ର ବିଶ୍ୱାଳ, ଉପେନ୍ଦ୍ର ରାଉଳ, ଅଜୟ ପ୍ରଧାନ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଜୟଲକ୍ଷ୍ମୀ ମହାନ୍ତି, ତପନ ବେହେରା, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking