କେଉଁଝର: ଘରର କାନ୍ଥ ପଡି ନାବାଳକ ମୃତ ୨ ଗୁରୁତର । ଘଷିପୁରା ବ୍ଲକ କୋହ୍ଲବେଡାଗାଁରେ ଘଟିଛି ଅଭାବନୀୟ ଘଟଣା । ଶୋଇଥିବା ଅବସ୍ଥାରେ ଅଞ୍ଜନା ଜେନାଙ୍କ ପରିବାର ଉପରେ ଭୁଷୁଡି ପଡିଥିଲା ଘରର କାନ୍ଥ । ଫଳରେ ଘଟଣାସ୍ଥଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଅଞ୍ଜନା ଓ ଅନ୍ୟ ଜଣେ ନାବାଳକ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ପଡିଯାଇଥିବା ସୂଚନା ମିଳିଛି ।









