ଭୁବନେଶ୍ୱର: ନାଟ ମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିର ଅନୁମୋଦନ । ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ କମିଟି ଗଠନ ହୋଇଛି । କମିଟିରେ ୯ ଜଣ ସଦସ୍ୟ ଅଛନ୍ତି, ସବୁ ଦିଗରୁ ଅନୁଧ୍ୟାନ କରିବେ । ସମ୍ପୃକ୍ତ ନିଯୋଗ ସହ ଭଲ ଆଲୋଚନା କରିବେ । ଯେପରି ଭାବେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ନହେବ ସେନେଇ ଗୁରୁତ୍ୱ ଦେବେ । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନକୁ ଲାଗୁ କରାଯିବ । ଦରକାର ପଡିଲେ ଜିଲ୍ଲାପାଳଙ୍କ ନେତୃତ୍ୱାଧୀନ କମିଟି ସଂଶୋଧନ କରିବ । ଖୁବଶୀଘ୍ର ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି । ନାଟମଣ୍ଡପରେ ବାତ୍ତାନୁକୁଳ କରିବା ପାଇଁ ଏଏସଆଇ ମଧ୍ୟ ଅନୁମୋଦନ ଦେଇଛି ।









