ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବସିଛି ୫୬ତମ ଜିଏସଟି କାଉନସିଲ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଉପରେ ସାରା ଦେଶର ଆଜି ନଜର ରହିଛି । ଜିଏସଟିରେ ହେବ କି ବଡ ଧରଣର ପରିବର୍ତ୍ତନ । ବଦଳିବ କି ଟିକସ ସ୍ଲାବ । ଉଚ୍ଛେଦ ହେବ କି ୧୨ ଏବଂ ୧୮ ପ୍ରତିଶତ ଟିକସ । ପୂର୍ୱରୁ ଜିଏସଟି ବୈଠକ ୧୨ ଏବଂ ୧୮ ପ୍ରତିଶତ ଟିକସ ଉଚ୍ଛେଦ ସହିତ ବିଳାସପୂଣ୍ଣ ସାମଗ୍ରୀ ଉପରେ ୪୪ ପ୍ରତିଶତ ଟିକସ ଲାଗୁ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ସ୍ଲାବ ଉଠାଇବା ଉପରେ ନିଷ୍ପତ୍ତି ନିଆଯାଇପାରେ । ବୈଠକ କାଯ୍ୟସୂଚୀରେ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ହାର ସ୍ଥିର କରାଯିବା ନେଇ ପ୍ରସ୍ତାବ ରହିଛି । ବର୍ତ୍ତମାନ ପ୍ରଚଳିତ ୪ଟି ଜିଏସଟି ସ୍ଲାବ ହେଉଛି ୫ ପ୍ରତିଶତ ୧୨ ପ୍ରତିଶତ ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ । ସୂଚନା ଅନୁସାରେ ଆଗକୁ କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବ ରହିପାରେ । ୨୮ ପ୍ରତିଶତ ସ୍ଲାବରେ ଆସୁଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀ ୧୮ ପ୍ରତିଶତ ସ୍ଲାବକୁ ଆସିଯାଇପାରେ ।










