ଭୁବନେଶ୍ୱର : ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ । ଏହା ଧୀରେ ଧୀରେ ପଶ୍ଚିମ – ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହିତ ଓଡିଶା ଉପକୂଳ ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ଦେବଗଡ, ସମ୍ବଲପୁର, ସୁନ୍ଦରଗଡ ଝାରସୁଗୁଡାରେ ପ୍ରବଳ ବର୍ଷିଛି । ଆଜି ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟରେ ୬ ତାରିଖ ଯାଏଁ ବର୍ଷା ଜାରି ରହିବ ।










