21.1 C
Bhubaneswar
Saturday, December 6, 2025
Homeଓଡିଶାଅନୁଚିନ୍ତl

ଅନୁଚିନ୍ତl

ନିଜ ଉପରେ ଆତ୍ମବିଶ୍ବାସ ଆଉ ଭଗବାନଙ୍କ ଉପରେ ଦୃଢ଼ବିଶ୍ବାସ ରଖିଲେ ଭଗବାନ ନିଶ୍ଚୟ ସହାୟ ହେବେ, ଲୋକଙ୍କ ପ୍ରକୃତି କିଛି ନା କିଛି କହିବେ କିନ୍ତୁ ଆମେ ଭଗବାନଙ୍କ ଉପରେ ବିଶ୍ବାସ ରଖିଲେ ହେଲା !!”

“କୋଇଲାକୁ ଯେତେ କ୍ଷୀରରେ ଧୋଇଲେ ବି ତା’ର ରଙ୍ଗରେ କେବେ ବି ପରିବର୍ତ୍ତନ ଆସି ନଥାଏ। ଠିକ୍ ସେମିତି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ସେମାନଙ୍କୁ ଯେତେ ନିଜର କଲେ ମଧ୍ୟ ସେମାନେ ନିଜର ହୋଇ ପାରନ୍ତି ନାହିଁ !!”
“ଯିଏ ପକ୍ଷୀ ଭଳି ଦାନା ପାଣି ଖାଇ ଫୁର୍‌ କିନା ଉଡ଼ିଯାଏ ତାଙ୍କ ସହ ବନ୍ଧୁତା କରନ୍ତୁ ନାହିଁ । ବନ୍ଧୁତା ସେହି ମାନଙ୍କ ସହ ରଖନ୍ତୁ ଯେଉଁମାନେ ପାଣି ଓ ମାଛ ଭଳି ଉଭୟ ଉଭୟଙ୍କର ସୁଖ ଦୁଃଖରେ ସାଥୀ ହୋଇ ରୁହନ୍ତି !!
ଯଏ ଆମକୁ ପ୍ରତ୍ୟେକ କାର୍ଯ୍ୟରେ ବିନା କାରଣରେ ବିରୋଧ କରେ ଆମକୁ ସମାଲୋଚନା କରେ ସେ ଆମର ପ୍ରକୃତ ବନ୍ଧୁ ନୁହେଁ, ପ୍ରକୃତ ବନ୍ଧୁ ତ ସିଏ ହୋଇଥାଏ ଯିଏ ଆମ ନିରବତାର ଶବ୍ଦକୁ ଅନୁଭବ କରି ପାରୁଥାଏ !!”
ରାସ୍ତା କେବେ ମଧ୍ୟ ସିଧା ନଥାଏ, କିଛି ସମୟ ପରେ ନିଶ୍ଚୟ ଏକ ମୋଡ଼ ଆସେ। ଜୀବନ ମଧ୍ୟ ଠିକ୍ ରା ଅନୁଚିନ୍ତା
ନିଜ ଉପରେ ଆତ୍ମବିଶ୍ବାସ ଆଉ ଭଗବାନଙ୍କ ଉପରେ ଦୃଢ଼ବିଶ୍ବାସ ରଖିଲେ ଭଗବାନ ନିଶ୍ଚୟ ସହାୟ ହେବେ, ଲୋକଙ୍କ ପ୍ରକୃତି କିଛି ନା କିଛି କହିବେ କିନ୍ତୁ ଆମେ ଭଗବାନଙ୍କ ଉପରେ ବିଶ୍ବାସ ରଖିଲେ ହେଲା !!”
ବିଶ୍ୱାସ ଥିଲେ ଜଣେ ଆଉ ଜଣଙ୍କ ନୀରବତାକୁ ବି ବୁଝିପାରେ….
କିନ୍ତୁ
ବିଶ୍ୱାସ ନଥିଲେ ସରଳ ଭାଷା ମଧ୍ୟ ତା ପାଖରେ ଅବୁଝା ହୋଇପଡ

“ଥରେ ଭାବି ଦେଖନ୍ତୁ ଆପଣମାନେ ନିଜ ଚେହେରାକୁ ନେଇ ଆଜି ଯେଉଁ ଗର୍ବ କରୁଛନ୍ତି , ମରିବାର ୫ ଦିନ ପରେ ଆପଣଙ୍କ ସେଇ ଶରୀରକୁ ପଶୁ ପକ୍ଷୀ ମଧ୍ୟ ଛୁଇଁବାକୁ ଘୃଣା କରିବେ ତେଣୁ ମଣିଷ ସହିତ ମଣିଷ ଭଳି ବ୍ୟବହାର କରନ୍ତୁ କାହା ମନରେ ଅଯଥାରେ କଷ୍ଟ ଦିଅନ୍ତୁ ନାହିଁ କାହିଁକି ନା ତୁମ ପରି ବି ତାହାର ଗୋଟିଏ ହୃଦୟ ଅଛି !!”

“ରାସ୍ତାରେ ଚାଲି ଗଲାବେଳେ ତୁମ ବିଷୟରେ କେତେ ଲୋକ କେତେ କଥା କହନ୍ତି , ତୁମେ କଣ ସେଥିପାଇଁ ଚାଲିବା ଛାଡି ଦେଇଛି କି ? ନୁହଁ ନା ? ସେମିତି ଜୀବନ ରୂପକ ରାସ୍ତାରେ ଚାଲିଲା ବେଳେ ଲୋକେ ଅନେକ କଥା କହିବେ , ସେଥିପ୍ରତି ଧ୍ୟାନ ନଦେଇ ଆଗେଇ ଚାଲିବା ଆବଶ୍ୟକ । ଲୋକମାନଙ୍କର ଏଇଟା ତ ଗୋଟେ ଅଭ୍ୟାସ ଆମେ ଭଲ କଲେ ବି ଲୋକେ କହିବେ ଆଉ ଖରାପ କଲେ ବି କହିବେ !!”

“ମଣିଷ ମାଡର ଆଘାତ ସହିପାରେ କିନ୍ତୁ କଥାର ଆଘାତ ଆଦୌ ସହିପାରେ ନାହିଁ .. !!”

“ତପସ୍ୟା ପାର୍ବତୀଙ୍କର ଥିଲା କିନ୍ତୁ ପ୍ରତୀକ୍ଷା ଶିବଙ୍କର ମଧ୍ୟ ଥିଲା,ସୀତାଙ୍କ ଆଖିରେ ଲୁହ ଥିଲା କିନ୍ତୁ ଶ୍ରୀରାମଙ୍କୁ କଷ୍ଟ ସହିବାକୁ ପଡ଼ିଥିଲା,ରାଧା କୃଷ୍ଣଙ୍କୁ ପାଇ ନଥିଲେ ଆଉ କୃଷ୍ଣଙ୍କୁ ଅଧୁରା ରହିବାକୁ ପଡ଼ିଥିଲା । ଦେବତାଙ୍କ ଜୀବନ ଯେତେବେଳେ ସରଳ ନଥିଲା ତେବେ ଆମ ଜୀବନ ଏତେ ସରଳ କେମିତି ସମ୍ଭବ … !!”

“ଦୁନିଆରେ ସବୁବେଳେ ସେହି ମଣିଷ ଉଦାସ ରହିଥାଏ ଓ ଦୁଃଖ କଷ୍ଟ ସହିଥାଏ .. ଯିଏ ନିଜଠାରୁ ଅଧିକ ଅନ୍ୟକୁ ଗୁରୁତ୍ବ ଓ ଭଲପାଇବା ଦେଇଥାଏ !!”

ଅଦ୍ୟ ସେପ୍ଟେମ୍ବର ମାସ ୦୩ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ରାତ୍ରି ଘ୦୪/୩୮ ଗତେ ଦ୍ଵାଦଶୀ
ନକ୍ଷତ୍ର- ପୂର୍ବାଷାଢ଼ା ରାତ୍ରି ଘ୧୨/୦୦ ଗତେ ଉତ୍ତରାଷାଢ଼ା
ଚନ୍ଦ୍ର- ଧନୁ
ଯୋଗ- ଆୟୁଷ୍ମ।ନ୍
କରଣ – ବାଣିଜ୍ୟ
ସୌରମାସ- ସିଂହ ୧୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୮
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୩୮ ଗତେ ନୈଋତେ
ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୨ ମଧ୍ୟେ
ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୬ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ୦୧/୧୭ ଗତେ ଘ୦୧/୩୬ ମଧ୍ୟେ ଓ ରାତ୍ରି ଘ୦୬/୪୫ ଗତେ ଘ୦୯/୦୯ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୭ ଗତେ ଘ୦୬/୦୩ ମଧ୍ୟେ ଓ ରାତ୍ରି ଘ୦୯/୧୦ ଗତେ ଘ୧୦/୩୫ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
✧═════•❁❀❁•═════
ବୃଷ
: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
✧═════•❁❀❁•═════
ମିଥୁନ
ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
✧═════•❁❀❁•═════
କର୍କଟ
ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
✧═════•❁❀❁•═════
ସିଂହ
ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
✧═════•❁❀❁•═════
କନ୍ୟା
ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
✧═════•❁❀❁•═════
ତୁଳା
: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
✧═════•❁❀❁•═════
ବିଛା
:ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
✧═════•❁❀❁•═════
ଧନୁ
: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
✧═════•❁❀❁•═════
ମକର
ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
✧═════•❁❀❁•═════
କୁମ୍ଭ
: ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
✧═════•❁❀❁•═════
ମୀନ
ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking