ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହରରେ କ୍ରୁତ୍ରିମ ବନ୍ୟା ଦେଖାଦେଇଛି । ରାସ୍ତାରେ ଆଣଣ୍ଠୁଏ ଉଚ୍ଚର ପାଣି ଦେଖାଦେଇଛି । ବର୍ଷା ପାଣି ନଦୀର ଭ୍ରମ ସୃଷ୍ଟି କରିଛି । ତଳିଆ ଅଞ୍ଚଳର ବିଭିନ୍ନ ଗଳି ଓ ଛକରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି । ଚିଡିଆ ପୋଲ, ନୂଆ ସାହି, ତେଲଙ୍ଗା ଛକରେ ପାଣି ପ୍ରବାହିତ ହୋଇଛି । ଅଡର ବଜାର ଓ କଂଗ୍ରେସ ଗଳିରେ ବି ଆଣଣ୍ଠୁଏ ଉଚ୍ଚର ପାଣି ଦେଖାଦେଇଛି । ଦୋକାନ ଓ ଘର ଭିତରେ ପଶିଲା ବର୍ଷା ପାଣି । ଗମନାଗମନ ବାଧାପ୍ରାପ୍ତ ହୋଇଛି, ଜଳ ନିଷ୍କାସନକୁ ନେଇ ଲୋକେ ଅସନ୍ତୁଷ୍ଟ ହୋଇଛନ୍ତି ।










