21.1 C
Bhubaneswar
Saturday, February 14, 2026
Homeଓଡିଶାରାଜ୍ୟରେ ସାର ଯୋଗାଣରେ ବ୍ୟତିକ୍ରମ ହୋଇଥିବା
ସମୀକ୍ଷାରୁ ସ୍ପଷ୍ଟ: ବିଜେଡି

ରାଜ୍ୟରେ ସାର ଯୋଗାଣରେ ବ୍ୟତିକ୍ରମ ହୋଇଥିବା
ସମୀକ୍ଷାରୁ ସ୍ପଷ୍ଟ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାରର ଉକ୍ରଟ ଅଭାବ ସ୍ଥିତିକୁ ନେଇ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ରାଜ୍ୟରେ ସାରର ଅଭାବକୁ ନେଇ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି ଓ ସାରର କଳାବଜାରୀ ଚାଲିଛି । ଶ୍ରୀ ନାୟକ କହିଥିଲେ, ସରକାର ସମସ୍ୟାକୁ ଗମ୍ଭୀରତାର ସହିତ ନେବା ପରିବର୍ତ୍ତେ, ସାର ପ୍ରଚୁର ପରିମାଣରେ ମହଜୁଦ ଅଛି ବୋଲି ଯୋଗାଣ ମନ୍ତ୍ରୀ ମନ୍ତବ୍ୟ ଦେଇ ଶୋଇ ରହିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକମାନେ ସାର ନପାଇ ରାଜରାସ୍ତାକୁ ଓହ୍ଲାଇଥିଲେ । ସ୍ଥିତି ଗମ୍ଭୀର ହୋଇଥିବା ଅନୁଭବ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜେ ପି ନ‡ାଙ୍କୁ ଚିଠି ଲେଖି ରାଜ୍ୟକୁ ଆବଶ୍ୟକୀୟ ପରିମାଣର ସାର ଯୋଗାଇ ଦେବା ପାଇଁ ଅନୁରୋଧ କରିବା ସହିତ ତାଳଚେର ସାର କାରଖାନାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଥିଲେ । ନବୀନ ବାବୁଙ୍କ ଚିଠି ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ସ୍ଥିତିର ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।

ଶ୍ରୀ ନାୟକ ଆହୁରି କହିଥିଲେ, ଗତକାଲି ହୋଇଥିବା ସମୀକ୍ଷା ପରେ ପ୍ରଶ୍ନ ଉଠିଛି ଯେ, ଯେଉଁ ସାର କୃଷକଙ୍କୁ ପ୍ରଦାନ କରାଯାଉଛି ବୋଲି ସରକାରଙ୍କ ତରଫରୁ କୁହାଯାଇଛି, ତାହା ବାସ୍ତବରେ ଚାଷୀଙ୍କ ପାଖକୁ ଯାଇଛି ନା ଆଉ କାହା ପାଖକୁ ଯାଇଛି । ସମୀକ୍ଷାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧୨୦୦ଟି ସାର ବିକ୍ରୟ ସ୍ଥଳରେ ସାର ବିକ୍ରୟ କାର୍ଯ୍ୟ ଠିକ୍ରେ ହୋଇନଥିବା ବୋଲି ସେମାନଙ୍କୁ ସନେ୍ଦହରେ ରଖାଯାଇଛି । ସେହିପରି, ୬୨ଟି ବିକ୍ରୟ କେନ୍ଦ୍ରକୁ ସାମୁହିକ ଭାବେ ବନ୍ଦ କରାଯାଇଥିବା ବେଳେ ୩୦ଟି ବିକ୍ରୟ କେନ୍ଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏହି ତଥ୍ୟରୁ ସାର ବିକ୍ରିରେ ଅନିୟମିତତା ରହିଥିବା ସ୍ପଷ୍ଟ ହେଉଛି । ୪୫ କେଜି ସାର ପ୍ୟାକେଟର ବିକ୍ରି ମୂଲ୍ୟ ମାତ୍ର ୨୪୨ ଟଙ୍କା ରହିଥିବା ବେଳେ ଅନେକ ଜାଗାରେ ଏହା ୮୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।ଶ୍ରୀ ନାୟକ କହିଥିଲେ, ସମୀକ୍ଷାରୁ ସାର ବିକ୍ରିରେ ଅନିୟମିତତା ହୋଇଛି ବୋଲି ସ୍ପଷ୍ଟ ହେଉଥିବା ବେଳେ, ରାଜ୍ୟର ଯୋଗାଣ ମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟରେ ସାରର ଅଭାବ ନାହିଁ ଓ ସାର ବିକ୍ରିରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ରାଜ୍ୟର କୃଷି ମନ୍ତ୍ରାଳୟର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂଦେଓ କୃଷକ ମାନଙ୍କୁ ସାର ତତ୍ତ୍ୱ ଉପରେ ସାରାଗର୍ଭକ ଭାଷଣ ଦେଇଛନ୍ତି । ଏହା ଅନାହାରରେ ଥିବା ଲୋକକୁ ଏକାଦଶୀ ଉପବାସର ଉପାଦେୟତା ଉପରେ ବକ୍ତବ୍ୟ ରଖିବା ସଦୃଶ୍ୟ ହୋଇଛି । କୃଷକମାନେ ସାରର ଉକ୍ରଟ ଅଭାବକୁ ନେଇ ହନ୍ତସନ୍ତ ହେଉଥିବା ବେଳେ, ଉପମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ କୃଷକ ମାନଙ୍କ କଟା ଘାରେ ଚୂନ ଲଗାଇବା ସଦୃଶ୍ୟ ହୋଇଛି । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ବାସ୍ତବରେ ଇଞ୍ଜିନ ଲାଇନଚୁ୍ୟତ ହୋଇଛି । ସରକାରଙ୍କ ଅନେକ ବିଫଳତା ମଧ୍ୟରୁ ସାର ଯୋଗାଣରେ ସରକାରଙ୍କ ସଦ୍ୟତମ ବିଫଳତା ଭାବେ ସାମ୍ନାକୁ ଆସିଛି । ସରକାର ତୁରନ୍ତ ନିଜ ଦୋଷ ତ୍ରୁଟି ସ୍ୱୀକାର କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ବିଜୁ ଜନତା ଦଳ ସବୁବେଳେ କୃଷକ ମାନଙ୍କ ସହିତ ରହିଛି । ତେଣୁ କୃଷକ ମାନଙ୍କ ସମସ୍ୟା ତୁରନ୍ତ ସମାଧାନ ନହେଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking