ମୟୂରଭଞ୍ଜ : ଗାଡ଼ି ଭିତରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ଯୁବତୀଙ୍କ ଘର ବାଙ୍ଗିରିପୋଷି ଥାନା ଅଞ୍ଚଳରେ। ଯୁବତୀଙ୍କୁ ଚାକିରି ଦେବା ନାଁରେ ଜଣେ ଅଭିଯୁକ୍ତ ଘରୁ ଡାକି ନେଇଥିଲେ। ବାଟରେ ଗାଡ଼ି ଭିତରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମେତ ୬ ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।










