35.1 C
Bhubaneswar
Thursday, May 7, 2026
Homeଓଡିଶାପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ୍

ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ୍। ଶିକ୍ଷାଦୂତ କଲ୍ଲୁ ତାତିଙ୍କୁ ନିର୍ମମ ହତ୍ଯା କରାଯାଇଛି। ଗତକାଲି ସେ ସ୍କୁଲରୁ ଫେରିବା ବେଳେ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଗଂଗାଲୁର ଥାନା ନେନ୍ଦ୍ରା ଠାରେ ବନ୍ଦ ପଡ଼ିଥିବା ବିଦ୍ଯାାଳୟ ପରିଚାଳନା କରନ୍ତି ଶିକ୍ଷାଦୂତ କଲ୍ଲୁ। ଏ ଯାଏ ୯ ଶିକ୍ଷାଦୂତଙ୍କୁ ହତ୍ଯା କରିଛନ୍ତି ମାଓବାଦୀ। ଏଥିମଧ୍ୟରୁ ବିଜାପୁର ଜିଲ୍ଲାରେ ୫ ଓ ସୁକୁମା ଜିଲ୍ଲାରେ ୪ ଶିକ୍ଷାଦୂତଙ୍କୁ ହତ୍ଯା କରାଯାଇଛି।ସୂଚନାଯୋଗ୍ୟ କିଛି ଦିନ ତଳେ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳର ସିଲଗେର ଗ୍ରାମରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଥିଲେ ନକ୍ସଲ। ନକ୍ସଲ ଗାଁରେ ପହଞ୍ଚି ଶିକ୍ଷାଦୂତ ଲକ୍ଷ୍ମଣ ବାରସେଙ୍କୁ ଖୋଜିଥିଲେ। ତାଙ୍କ ଘରକୁ ଯାଇ ଲକ୍ଷ୍ମଣଙ୍କୁ ଘରୁ ଘୋଷାଡ଼ି ଆଣି ପ୍ରଥମେ ନିର୍ଧୁମ ପିଟିଥିଲେ। ପରେ ତାଙ୍କୁ ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking