25.1 C
Bhubaneswar
Tuesday, February 24, 2026
Homeଓଡିଶାଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୬ତମ ସଂସ୍କୃତି ଚର୍ଚ୍ଚା ସମାରୋହ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୬ତମ ସଂସ୍କୃତି ଚର୍ଚ୍ଚା ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୬ତମ ସଂସ୍କୃତି ଚର୍ଚ୍ଚା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌, ସ୍ତମ୍ଭକାର ତଥା ଲେଖକ ପ୍ରଫେସର ଦେବେନ୍ଦ୍ର ନାଥ ରାଉତ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ।ଆଜିର କାର୍ଯ୍ୟକ୍ରମର ଆଲୋଚନାର ବିଷୟ ବସ୍ତୁ ରହିଥିଲା “ଓଡ଼ିଆ ଅସ୍ମିତାର ଅନ୍ତଃସ୍ଵର”। ମୁଖ୍ୟବକ୍ତା ଶ୍ରୀ ରାଉତ ଓଡ଼ିଆ ଅସ୍ମିତାର ବିନ୍ଧାଣୀ ତଥା ଆମ ଓଡ଼ିଶାର ବରପୁତ୍ରମାନଙ୍କର ଜୀବନୀ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବାର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ, ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଯେପରି ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ପରିଶେଷରେ ଦର୍ଶକମାନଙ୍କ ପାଇଁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖ୍ ସୋଲେମାନ ଅଲ୍ଲୀ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking