ଟିଟିଲାଗଡ: ଟିଟିଲାଗଡ ଆରପିଏଫ୍ କର୍ମଚାରୀଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର କରାଯାଇଛି । ଟିଟିଲାଗଡ ଜଗୁଆ ନିକଟ ଏକ ଚାଷ ଜମିରୁ ମୃତଦେହ ଉଦ୍ଧାର କରାଯାଇଛି । ଟିଟିଲାଗଡ ଆରପିଏଫ୍ରେ ଡ୍ରାଇଭର ଭାବରେ କାମ କରୁଥିଲେ । କାଲି ନୂଆଁଖାଇ ପାଳିବାକୁ ନିଜ ଗାଁ କଳାହାଣ୍ଡି ଯାଇଥିଲେ । ସଂଧ୍ୟାରେ ଗାଁରୁ ବାହାରିଥିଲେ, କିନ୍ତୁ ଘରେ ପହଞ୍ଚି ପାରିନଥିଲେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ମୃତ ଆରପିଏଫ୍ କର୍ମଚାରୀଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।










