25.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଅସହ୍ୟହେଲା ସରକାରୀ ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି: ୪ ବର୍ଷର ଶିଶୁପୁତ୍ର ସହ ଦମ୍ପତିଙ୍କ ଆତ୍ମହତ୍ୟା

ଅସହ୍ୟହେଲା ସରକାରୀ ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି: ୪ ବର୍ଷର ଶିଶୁପୁତ୍ର ସହ ଦମ୍ପତିଙ୍କ ଆତ୍ମହତ୍ୟା

ଶାହଜାହାନପୁର: ଉତ୍ତରପ୍ରଦେଶ ଶାହଜାହାନପୁର ଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟବସାୟୀ ନିଜ ୪ବର୍ଷର ଶିଶୁପୁତ୍ର ଏବଂ ପତ୍ନୀଙ୍କ ସମେତ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅତ୍ୟଧିକ ଋଣଜନିତ ତଥା ସରକାରୀ ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ବୋଲି କୁହାଯାଉଛି । ମୃତ ଦମ୍ପତିମାନେ ସଚିନ୍ ଗ୍ରୋଭର୍ ଏବଂ ତାଙ୍କ ପତ୍ନୀଙ୍କ ନାମ ଶିବାଙ୍ଗୀ ଗ୍ରୋଭର ଭାବେ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଅନୁସାରେ ରୋଜା ଥାନା ଅଞ୍ଚଳର ଦୁର୍ଗା ଏନକ୍ଲେଭ କଲୋନୀରେ ବସବାସ କରୁଥିବା ସଚିନ୍ ଏହି ଅଞ୍ଚଳରେ ହସ୍ତତନ୍ତ ବ୍ୟବସାୟ କରୁଥିଲେ। କିନ୍ତୁ ସମୟକ୍ରମେ ସଚିନ୍ ନିଜ ବ୍ୟବସାୟ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍‌ଇଜିପି ଯୋଜନା ଅନ୍ତର୍ଗତ ପ୍ରାୟ ୫୦ ଲକ୍ଷ ଟଙ୍କାର ଋଣ କରିଥିଲେ ।

ଶିବାଙ୍ଗୀଙ୍କ ମା’ ସନ୍ଧ୍ୟା ମିଶ୍ର ଅଭିଯୋଗ କରିଛନ୍ତି ଯେ ସଚିନ ସହରର ଟାଉନ ହଲ୍ ଅଞ୍ଚଳରେ ପାନିପତ୍ ହସ୍ତତନ୍ତ ନାମରେ ତାଙ୍କର ବ୍ୟବସାୟ କରୁଥିଲେ । ନିକଟରେ ବ୍ୟବସାୟକୁ ବିସ୍ତାର କରିବା ପାଇଁ ସେ ସରକାରୀ ଯୋଜନା (ପିଏମ୍‌ଇଜିପି) ଅନ୍ତର୍ଗତ ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ନିୟମ ଅନୁସାରେ ପ୍ରାୟ ୧୭ ଲକ୍ଷ ଟଙ୍କାର ସେ ସବ୍‌ସିଡି ପାଇଥାନ୍ତେ କିନ୍ତୁ ସନ୍ଦେହଜନକ ଭାବେ ସବ୍‌ସିଡିକୁ ବନ୍ଦ କରିଦିଆଯାଇଥିଲା । ଅନ୍ୟପକ୍ଷେ ସବ୍‌ସିଡି ପାଇବା ପାଇଁ ସଚିନ୍‌ଙ୍କୁ ସରକାରୀ ଅଧିକାରୀମାନେ ମୋଟା ଅଙ୍କର ଲାଞ୍ଚ ମାଗୁଥିଲେ । ଏହି କାରଣରୁ ସେ ଭାଙ୍ଗିପଡ଼ିଥିଲେ ।

ସଚିନ୍ ପ୍ରଥମେ ତାଙ୍କ ୪ ବର୍ଷର ନିର୍ଦ୍ଦୋଷ ପୁଅକୁ ବିଷ ଦେଇ ହତ୍ୟା କରିଥିଲେ ଏବଂ ତା’ପରେ ସ୍ୱାମୀ-ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ପୁଲିସ୍ ଘଟଣାସ୍ଥଳରୁ ୩୫ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ଏଥିରେ ସଚିନ୍ ଉଲ୍ଲେଖ କରିଯାଇଛନ୍ତି ଯେ ଋଣ ଏବଂ ଲାଞ୍ଚ ଦାବିରେ ସେମାନେ ଆଉ ବଞ୍ôଚବା ପାଇଁ କୌଣସି ସୁଯୋଗ ପାଇନଥିଲେ । ବାଧ୍ୟହୋଇ ସେମାନେ ଏପରି ପଦକ୍ଷେପ ନେଉଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ସଚିନ ତାଙ୍କ ପତ୍ନୀ ଶିବାଙ୍ଗୀଙ୍କ ମା’ ଏବଂ ତାଙ୍କ ଭାଇଙ୍କୁ ହ୍ୱାଟସଆପ୍ ମାଧ୍ୟମରେ ସୁଇସାଇଡ୍ ନୋଟ ପଠାଇଥିଲେ । ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସଚିନ୍ ଓ ଶିବାଙ୍ଗୀଙ୍କ ସମ୍ପର୍କୀୟଙ୍କୁ ସୂଚୀତ କରିଛି । ଏପ୍ରକାର ହୃଦୟ ବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହାକୁ ଆଧାର କରି ପୁଲିସ୍ ଏବେ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking