ଛତିଶଗଡ଼: ଛତିଶଗଡ଼ର ସୁକୁମା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର। ପାଣିରେ କାର୍ ବୁଡି ଯାଇ ୪ ଜଣଙ୍କ ଦୁଃଖଦ ମୃତ ଘଟିଛି। ସୂଚନା ଅନୁସାରେ, ଗତକାଲି ଏନ୍ଏଚ୍ ୩୦ରେ ଦରଭା ନିକଟରେ ଏକ ଡିଜାୟାର ଗାଡ଼ି ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। କାର୍ଟି ପାଣିରେ ଭାସିଥିବା ବେଳେ ସମସ୍ତ ୪ ଜଣ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରେ ୨ ଶିଶୁ ମଧ୍ୟ ଅଛନ୍ତି। ସ୍ବାଭାଗ୍ୟବଶତଃ ଚାରି ଜଣଙ୍କୁ ବାଦ୍ ଦେଇ କାର୍ ଚାଳକ ପହଁରି ପହଁରି ଯାଇ ନିଜ ଜୀବନ ବଞ୍ଚାଇଥିଲେ। ସମସ୍ତେ ତାମିଲ୍ନାଡୁର ବାସିନ୍ଦା ବୋଲି ଜାଣିବାକୁ ମିଳିିଛି।










