29.1 C
Bhubaneswar
Monday, February 9, 2026
Homeଓଡିଶାବସ୍ତା, ବାଲିଆପାଳ ଓ ଭୋଗରାଇ ପ୍ରଭାବିତ: ମନ୍ତ୍ରୀ

ବସ୍ତା, ବାଲିଆପାଳ ଓ ଭୋଗରାଇ ପ୍ରଭାବିତ: ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବନ୍ୟାରେ ବସ୍ତା, ବାଲିଆପାଳ ଓ ଭୋଗରାଇ ଅଞ୍ଚଳ ପ୍ରଭାବିତ ହୋଇଛି । ଏନେଇ ସୂଚନା ଦେଲେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । କହିଲେ ଆଖୁଆପଦା ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ରହିଛି । ଆସନ୍ତାକାଲି ବୈତରଣୀ ଓ ସୁବର୍ଣ୍ଣରେଖା ବନ୍ୟାଜଳ ବିପଦ ସଂକେତ ତଳକୁ ଖସିବ । କାଣୀ ନଦୀରେ ୩୦ ମିଟର ଘାଇ ରହିଛି । ବନ୍ୟା ପାଣି କମିଲେ ମରାମତି କାମ ଆରମ୍ଭ ହେବ । ଏବେ ହୀରାକୁଦ ଡ୍ୟାାମ୍ରୁ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ରେଙ୍ଗାଲି ଡ୍ୟାମ୍‌ରେ ୨ଟି ଗେଟ୍ ଖୋଲା ଯାଇଛି । ଆବଶ୍ୟକ ପଡିଲେ ଆଉ ଗୋଟିଏ ଗେଟ୍ ଖୋଲାଯିବ ।

ଏପଟେ ଆହୁରି ୩ ଦିନ ବର୍ଷା ଛେଚିବ ନେଇ ସୂଚନା ରହିଛି। ସୋମବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ। ସେହିଭଳି ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ସତର୍କ କରାଯଇଛି। ୨୬ରେ ୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking