28.1 C
Bhubaneswar
Wednesday, February 4, 2026
Homeଓଡିଶାପ୍ରେମିକାକୁ ହତ୍ୟା ଉଦ୍ୟମ ପରେ ବିଷ ପିଇଲା ପ୍ରେମିକ

ପ୍ରେମିକାକୁ ହତ୍ୟା ଉଦ୍ୟମ ପରେ ବିଷ ପିଇଲା ପ୍ରେମିକ

ବଲାଙ୍ଗୀର: ପ୍ରେମିକାକୁ ହତ୍ୟା ଉଦ୍ୟମ ପରେ ବିଷ ପିଇଲା ପ୍ରେମିକ। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟା ବରାହ ଗାଁର ଏଭଳି ଖବର ସାମ୍ନାକୁ ଆସିଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟା ବରାହ ଗାଁର ଜଣେ ନାବାଳିକା ଝିଅର ତଣ୍ଟି କାଟି ଜଣେ ଯୁବକ ଫେରାର ହୋଇଯାଇ ଥିବା ପ୍ରକାଶ ପାଇଥିଲା। ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାଡିଛି ଯୁବକ ଜଣକ ପୀଡ଼ିତାଙ୍କ ମାମୁଙ୍କ ପୁଅ। ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଛି। ପ୍ରେମ ସମ୍ପର୍କରୁ ଏହି ଘଟଣା ଘଟିଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।

ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଯୁବକ ଜଣକ ବିଷ ପିଇଦେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ପାଟଣାଗଡ଼ ଥାନା ପଣ୍ଡରିପାଣି ଗାଁର ହଳଧର ବରିହା (୨୫) ତାକୁ ପରିବାର ଲୋକେ ପାଟଣାଗଡ଼ ହସ୍ପିଟାଲକୁ ଚିକିତ୍ସା କରିବାକୁ ନେଇଥିଲେ। ହଳଧର ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆଣି ଚିକିତ୍ସା କରାଯାଉଛି। ସଦର ଥାନା ପୋଲିସ ପହଞ୍ଚି ପଚାରଉଚରା କରୁଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking