ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ । ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡି ନାମାଙ୍କନ ଭରିଲେ । ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ, ଖଡଗେଙ୍କ ସହ ଶରତ ପାୱାର ପ୍ରମୁଖ ଉପସ୍ଥିତ ଥିଲେ । ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡି । ଗତକାଲି ନାମାଙ୍କନ କରିଥିଲେ ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣାନ । ସେପ୍ଟେମ୍ବର ୯ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ୱାଚନ ପାଇଁ ଆଜି ନାମାଙ୍କନର ଶେଷ ତାରିଖ ।










