27.1 C
Bhubaneswar
Tuesday, May 12, 2026
Homeଦେଶ ବିଦେଶସଡକ ଦୁର୍ଘଟଣାରେ ମହିଳା ଇନ୍ସପେକ୍ଟର ମୃତ

ସଡକ ଦୁର୍ଘଟଣାରେ ମହିଳା ଇନ୍ସପେକ୍ଟର ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗାଜିଆବାଦରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର। ଜଣେ ପୋଲିସ ଇନ୍ସପେକ୍ଟର ଏକ ବୁଲା କୁକୁରକୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛିସୂଚନା ଅନୁସାରେ, କଭି ନଗର ପୋଲିସ ଷ୍ଟେସନରେ ନିଯୁକ୍ତ ଜଣେ ମହିଳା ପୋଲିସ ଇନ୍ସପେକ୍ଟର ରିଚା ସଚାନ ବିଳମ୍ବିତ ରାତିରେ ତାଙ୍କ ଡ୍ୟୁଟି ସାରି ନିଜ ରୁମକୁ ଫେରୁଥିଲେ। ଶାସ୍ତ୍ରୀ ନଗରର କେଟ୍ ଚୌକରେ ହଠାତ୍ ଏକ ବୁଲା କୁକୁର ତାଙ୍କ ଗାଡି ସାମ୍ନାରେ ଆସିଗଲା। ରିଚା କୁକୁରକୁ ବଞ୍ଚାଇବା ପାଇଁ ଗାଡି ଯେତେବେଳ ବୁଲାଇଲେ, ସେତେବେଳେ ସାମ୍ନାରୁ ଏକ କାର ଆସିଗଲା। ରିଚା ନିୟନ୍ତ୍ରଣ ହରାଇ ବାଇକରୁ ପଡ଼ିଗଲେ

ଏହି ଦୁର୍ଘଟଣାରେ ରିଚାଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା। ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। କାନପୁରର ବାସିନ୍ଦା ରିଚା ସଚାନ ୨୦୨୩ ବ୍ୟାଚର ସବ-ଇନ୍ସପେକ୍ଟର ଥିଲେ। ରିଚାଙ୍କ ପରିବାର ଏହି ଦୁର୍ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ସେମାନେ ଗାଜିଆବାଦରେ ପହଞ୍ଚିଥିଲେ। ଯେତେବେଳେ ଘଟଣା ସମ୍ପର୍କରେ ରିଚାଙ୍କ ବାପା ଜାଣିଲେ ବିଶ୍ୱାସ କରିପାରିଲେ ନାହିଁ ଯେ ଏହି ଦୁର୍ଘଟଣା ତାଙ୍କ ଝିଅ ସହିତ ଘଟିଛି। ସେ କହିଛନ୍ତି ଯେ ସେ କିଛି ଦିନ ପୂର୍ବରୁ ତାଙ୍କ ଝିଅ ସହିତ କଥା ହୋଇଥିଲେ ଏବଂ ତାଙ୍କ ଭଲମନ୍ଦ ପଚାରିଥିଲେ ଏବଂ ତାଙ୍କ ଝିଅ କହିଥିଲେ ଯେ ସବୁକିଛି ଠିକ୍ ଅଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

ସୂଚନାଯୋଗ୍ୟ, ୧୧ ଅଗଷ୍ଟ ୨୦୨୫ରେ ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ରାସ୍ତାରୁ ବୁଲା କୁକୁରମାନଙ୍କୁ ହଟାଇ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ଜେ.ବି. ପାର୍ଦିୱାଲା ଏବଂ ଆର. ମହାଦେବନଙ୍କ ଖଣ୍ଡପୀଠ ସ୍ୱତଃପ୍ରବୃତ୍ତ ଭାବରେ ଏହି ନିଷ୍ପତ୍ତି ଦେଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ୬-୮ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରମାନଙ୍କୁ ହଟାଇ ଆଶ୍ରୟସ୍ଥଳରେ ରଖାଯିବା ଉଚିତ ଏବଂ ସେମାନଙ୍କୁ ପୁଣି ରାସ୍ତାରେ ଛାଡିବା ଉଚିତ୍ ନୁହେଁ। କୁକୁର କାମୁଡ଼ା ଏବଂ ରାବିଜ୍ ଯୋଗୁଁ ମୃତ୍ୟୁକୁ ଏକ ଗମ୍ଭୀର ବିପଦ ଭାବରେ ବିଚାର କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ଏକ ହେଲ୍ପଲାଇନ୍ ସ୍ଥାପନ କରିବା ଏବଂ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବଡ଼ ସ୍ତରରେ ବିରୋଧ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking