ବାଲିଗୁଡ଼ା: ତୁମୁଡ଼ିବନ୍ଧ ବିସ୍ଫୋରକ ବୋଝେଇ ଭ୍ୟାନ୍ ଜବତ ଘଟଣା। ଗଞ୍ଜାମ ଜିଲ୍ଲା ସହ ଲିଙ୍କ୍ ଥିବା ସ୍ପଷ୍ଟ କଲା ବାଲିଗୁଡ଼ା ପୋଲିସ। ଚମାଖଣ୍ଡି ଥାନା ଜଗନ୍ନାଥପୁର ଆଦର୍ଶ ଗୁହାଳରୁ ୧୦ ଟନ୍ ବିସ୍ଫୋରକ ଜବତ। ନଗଦ ୪ ଲକ୍ଷ ଟଙ୍କା ସହ ୧୦ ଟନ୍ ବିସ୍ଫୋରକ ଜବତ କରି ୩ ଜଣଙ୍କୁ ଗିରଫ କରିଛି ପୋଲସ। ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମର, ଜଣେ କଳାହାଣ୍ଡିର। ୧୫ ତାରିଖରେ ତୁମୁଡ଼ିବନ୍ଧରେ ଧରାପଡ଼ିଥିଲା ବିସ୍ଫୋରକ ବୋଝେଇ ଭ୍ୟାନ୍। ଗଞ୍ଜାମରୁ କଳାହାଣ୍ଡି ଚାଲାଣ ବେଳେ ଧରାପଡ଼ିଥିଲା। ଖୋଳତାଡ଼ରୁ ପୁଣି ଜବତ କରାଯାଇଛି ବିସ୍ଫୋରକ।









