ଭୁବନେଶ୍ୱର: ଏମ୍ସରେ ପିପିଲିର ଗୁରୁତର ମହିଳାଙ୍କୁ ଭେଟିଲେ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର । ମହିଳାଙ୍କ ବାପା ଓ ସ୍ୱାମୀଙ୍କ ସହ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କଲେ । ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୟାନ ରେକର୍ଡ କରିପାରିଲେନି । କିଛି ସମୟ ପୂର୍ୱରୁ ଏହି ଘଟଣାରେ ଅତିରିକ୍ତ ଏସପି ବଡ ସୂଚନା ଦେଇଛନ୍ତି । କହିଛନ୍ତି, ପାରିବାରିକ କଳହ ନଥିଲା, ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ ନୋଟ ଓ କିରାସିନି ବୋତଲ ଜବତ ହୋଇଛି । ମିଳିଥିବା ସୁଇସାଇଡ ନୋଟକୁ ଯାଞ୍ଚ ପାଇଁ ପଠାଯାଇଛି । ପାଖରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି । ଶରୀରର ୯୦ ପ୍ରତିଶତ ପୋଡିଛି। ଭେଣ୍ଟିଲେଟରରେ ରହିଛନ୍ତି । ସୂଚନା ଥାଉକି, ଗତକାଲି ପିପିଲିରେ ଜଣେ ମହିଳା ଜଳିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।










