ରାଞ୍ଚି: ଝାଡଖଣ୍ଡରେ ଏନକାଉଣ୍ଟର ସମୟରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ପଶ୍ଚିମ ସିଂହଭୂମି ଗୋଇଲକେରା ଜଙ୍ଗଲରେ ଏନକାଉଣ୍ଟର କରାଯାଇଛି । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଛନ୍ତି । ସଉତା ଜଙ୍ଗଲରେ ଏବେ ବି ଚାଲିଛି ଗୁଳିବିନିମୟ । ମୃôତ ମାଓବାଦୀ ଛତିଶଗଡର ଟପ ମାଓନେତା ଅରୁଣ କାର୍କି । ଅରୁଣ ପଛରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।










