34.1 C
Bhubaneswar
Sunday, February 22, 2026
Homeଅପରାଧଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ପୀଡ଼ିତା ହସ୍ପିଟାଲରେ ଭର୍ତ୍ତି

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ପୀଡ଼ିତା ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ବାଲେଶ୍ଵରଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ତରାର ଏହି ପୀଡ଼ିତା ଛାତ୍ରୀ ଭଦ୍ରକ ମେଡ଼ିକାଲରେ ଭେଟିଛନ୍ତି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା।ପୀଡ଼ିତାଙ୍କ ଚିକିତ୍ସା ସମ୍ପର୍କରେ ଭଦ୍ରକ ସିଡିଏମଓ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବାଲେଶ୍ବର ଦିଆଜିଙ୍କୁ କହିଥିଲେ। ଭଦ୍ରକ ମେଡ଼ିକାଲରେ ବାଲେଶ୍ୱର ଡିଆଇଜି ପହଞ୍ଚି ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଉଥିଲେ। ପୀଡିତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ଡିଆଇଜି କହିଛନ୍ତି। ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଭଦ୍ରକ ମେଡିକାଲରେ ପହଞ୍ଚି ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଚନ୍ତି । ସିମୁଳିଆ ବିଧାୟକ କହିଚନ୍ତି ଯେ ଘଟଣା ପରେ ଅଭିଯୁକ୍ତ ପାଣିରେ ଲୁଚି ରହିଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପୁଲିସ ମଧ୍ୟ ସଠିକ୍ କାର୍ଯ୍ୟନୁଷ୍ଠାନ ନେଇଛି । ବାଲେଶ୍ଵର ଏସପି ଘଟଣାସ୍ଥଳରେ ତଦନ୍ତ ପରେ ଭଦ୍ରକ ମେଡିକାଲରେ ପୀଡ଼ିତାଙ୍କୁ ଭେଟିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ବିଷୟରେ କଥା ହୋଇଛନ୍ତି । ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପର୍ୟ୍ୟନ୍ତ ସେ ନିଜେ ଜଗି ରହିବେ । ମେଡିକାଲରୁ ଗଲେ ପୁଣି ମୂଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି ବିଧାୟକ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ଭଦ୍ରକ ଏଡିଏମଓ ମିନତି ଲତା ଦାସ କହିଛନ୍ତି ଯେ, ନାବାଳିକାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking