27.1 C
Bhubaneswar
Monday, September 14, 2026
Homeଦେଶ ବିଦେଶ୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର

୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାର ରୁରକି ଅଞ୍ଚଳରୁ ଜଣେ ନାବାଳିକା ଝିଅ ସହିତ ଗଣବଳାତ୍କାର ହୋଇଥିବା ନେଇ ସୂଚନା ମିଳିଛି। ନାବାରିକାଙ୍କୁ ଗଣବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ। ଗୁରୁତର ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପାଇଁ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହି ସମୟରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

ହରିଦ୍ୱାରର ପାଥ୍ରୀ ଥାନା ଅଞ୍ଚଳର ଏକ ଗାଁରେ ଏପରି ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନି ଜଣ ଯୁବକ ଏକ ଗୋଶାଳା ନିକଟରେ ନିର୍ମିତ ଏକ କୋଠରିରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ସହିତ ଗଣବଳାତ୍କାର କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ କବାଟ ଖୋଲିବାକୁ ଡାକିବା ପରେ, ଅଭିଯୁକ୍ତ ଝିଅଟିକୁ ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିଲେ। ଝିଅଟିକୁ ଚିକିତ୍ସା ପାଇଁ ତୁରନ୍ତ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଶନିବାରା ରାତିରେ ପରିବାର ଲୋକେ ଗାଁ ଲୋକଙ୍କ ସହିତ ମିଶି ଫେରୁପୁର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ପରିବାର ଲୋକେ ପୋଲିସକୁ ଅଭିଯୋଗରେ କହିଛନ୍ତି ଯେ, ଗାଁର ଜଣେ ଯୁବକ ଝିଅକୁ ପ୍ରଲୋଭିତ କରି କ୍ଷେତର ଏକ କୋଠରିକୁ ବାଇକ୍‌ରେ ନେଇଯାଇଥିଲା, ଯେଉଁଠାରେ ପୂର୍ବରୁ ୨ ଜଣ ଯୁବକ ଥିଲେ। ଉକ୍ତ ତିନି ଜଣ ମିଶି ଝିଅକୁ ବଳାତ୍କାର କରିଛନ୍ତି। କୁହାଯାଉଛି, କିଛି ଲୋକ ସେମାନଙ୍କୁ ଝିଅକୁ ନେଇ ଯାଉଥିବାର ଦେଖିଥିଲେ। ତେଣୁ ସେମାନେ ବାଇକ୍‌ ଅନୁସରଣ କରି ଉକ୍ତ କୋଠରି ନିକଟରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କୁ କୋଠରିର ଗେଟ୍‌ ଖୋଲିବାକୁ କହିବା ମାତ୍ରେ ଅଭିଯୁକ୍ତମାନେ ଝିଅକୁ ଛାତ ଉପରୁ ଫିଙ୍ଗି ଦେଇ ପଳାଇଗଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking