29.1 C
Bhubaneswar
Monday, February 2, 2026
Homeଓଡିଶାନାବାଳିକା ସ୍ତ୍ରୀଙ୍କୁ ପୁଲିସ୍ ସ୍ୱାମୀଙ୍କ ନିର୍ଯାତନା ଅଭିଯୋଗ: ଫେସ୍‌ବୁକ୍‌ରୁ ପ୍ରେମ ପରେ କରିଥିଲେ ବିବାହ

ନାବାଳିକା ସ୍ତ୍ରୀଙ୍କୁ ପୁଲିସ୍ ସ୍ୱାମୀଙ୍କ ନିର୍ଯାତନା ଅଭିଯୋଗ: ଫେସ୍‌ବୁକ୍‌ରୁ ପ୍ରେମ ପରେ କରିଥିଲେ ବିବାହ

ଜଗତ୍‌ସିଂହପୁର: ନାବାଳିକା ସ୍ତ୍ରୀଙ୍କୁ ପୁଲିସ୍ ସ୍ୱାମୀଙ୍କ ନିର୍ଯାତନା ଅଭିଯୋଗ। ଫେସ୍‌ବୁକରୁ ପ୍ରେମ ଓ ପରେ ଜଗତସିଂହପୁରର ନାବାଳିକାଙ୍କୁ ବିବାହ କରିଥିଲେ ପୁଲିସ୍ ଏସ୍‌ଆଇ ଅମିତ ପାଢ଼ୀ। ହେଲେ ବିବାହର କିଛି ମାସ ପରେ ତାଙ୍କ ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ସଦର ଥାନା ଅଞ୍ଚଳର ପୁଲିସ୍ ଏସ୍‌ଆଇ ଅମିତ ପାଢ଼ୀଙ୍କ ପରିବାର ନବବଧୂଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ ଅମିତ ପାଢ଼ୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। କିନ୍ତୁ ତା ପରଠୁ ସେ ଫେରାର। କେଉଁଠି ଅଛନ୍ତି ସେ ସମ୍ପର୍କରେ କୌଣସି ଖୋଜଖବର ମିଳିପାରୁନି। ତାସହ ଏବେ ଯାଏଁ ମାମଲାର ଚାର୍ଜସିଟ୍ ପୁଲିସ୍ ଦାଖଲ କରିନଥିବା ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି। ଫଳରେ ମାମଲାର ଅଗ୍ରଗତି ହେଉନଥିବା ସହ କାର୍ଯ୍ୟାନୁଷ୍ଠାନ ହେଇପାରୁନି। ପୁଲିସ୍ ନାଁରେ ଆସିଛି ଏହି ସାଂଘାତିକ ଅଭିଯୋଗ । ନାବାଳିକାଙ୍କୁ ବିବାହ କରିବା ଅପରାଧ।
ଦୀର୍ଘ ୪ମାସ ପୂର୍ବେ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୁରୀ ଥାନା ଏସ୍‌ଆଇ ଅମିତ୍ ପାଢୀ ବିବାହ କରି, କିଛି ମାସ ନିଜ ଘରେ ରଖି ସ୍ତ୍ରୀର ଫାଇଦା ଉଠାଇବା ପରେ ଶାରିରୀକ ଓ ମାନଶିକ ନିର୍ଯାତନା ଦେଇ ପିଡିତାର ଘରେ ଛାଡି ଦେଇ ଫେରାର ହୋଇଯିବା ମାମଲାରେ ଆଜି ପର୍ଯ୍ୟନ୍ତ ଚାର୍ଜସିଟ୍ ହେଲା ନାହିଁ। ଯାହାଫଳରେ ପିଡିତା ନ୍ୟାୟ ପାଇବାରୁ ବିଳମ୍ବ ହେଉଥିବା ଶୁକ୍ରବାର ପିଡିତା ଓ ତାର ମାଆ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଥି ସହିତ ଅଭିଯୁକ୍ତ ଏସ୍‌ଆଇ ଶ୍ରୀ ପାଢୀଙ୍କୁ କେବଳ ଚାକିରିରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ଗିରଫ କରିବାରେ ବିଳମ୍ବ କରୁଥିବା ପୀଡ଼ିତାର ମାଆ ଅଭିଯୋଗ କରିଛନ୍ତି। ତେବେ ଏହି ମାମଲା ସମ୍ପର୍କରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା କହିଛନ୍ତି ସଦର ଥାନା ଅତିରିକ୍ତ ଆଇଆଇସି ଦୀଲ୍ଲିପ କାଣ୍ଡି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।

ପ୍ରକାଶ, ବାଲେଶ୍ୱର ଜିଲ୍ଲା ବାଳିଆପାଳ ଥାନା ଅନ୍ତର୍ଗତ ରତେଇ ଗ୍ରାମର ଅମିତ୍ ପାଢୀ ନାମକ ଜଣେ ଯୁବକ ପୁରୀ ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ସମୟରେ, ଜଗତସିଂହପୁର ସଦର ଥାନା ଅଞ୍ଚଳର ଏକ ନାବାଳିକା ଝିଅ ସହିତ ଫେସବୁକ୍‌ରେ ବନ୍ଧୁତା ହୋଇଥିଲା। ପରବର୍ତ୍ତିିର୍ ସମୟରେ ଫେସ୍‌ବୁକ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହାକୁ ନେଇ ଏସ୍‌ଆଇ ଶ୍ରୀ ପାଢୀ ପୀଡ଼ିତାର ପିତାମାତାଙ୍କୁ ନଜଣାଇ ଜଗତସିଂହପୁର ଆସି ଝିଅକୁ ନେଇ ପଳାଇ ଥିଲେ ଏବଂ ବାଲେଶ୍ୱର ଅଞ୍ଚଳରେ ଏକ ମନ୍ଦିରରେ ବିବାହ କରିବା ସହିତ ଏକ ହୋଟେଲରେ ମଧ୍ୟବିବାହ ଭୋଜି କରି, ନାବାଳିକାଙ୍କୁ ପତ୍ନୀର ମାନ୍ୟତା ଦେଇ ନିଜ ଘରକୁ ନେଇ ଯାଇଥିଲେ। ତେବେ ବିବାହର ଠିକ୍ ୨ମାସ ପରେ ନାବାଳିକା ବୋହୂଙ୍କୁ ଶ୍ୱଶୁର ଘର ଲୋକେ ଯଥା ଖୋଦ୍ ସ୍ୱାମୀ ଏସ୍‌ଆଇ, ଶାଶୂ ଓ ଶ୍ୱଶୁର ଶାରିରୀକ ଓ ମାନସିକ ନିର୍ଯାତନ ଦେବା ସହିତ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲେ ଏବଂ ପରେ ନାବାଳିକା ବୋହୂଙ୍କୁ ତା’ର ବାପଘର ଜଗତସିଂହପୁର ଅଞ୍ଚଳରେ ଶ୍ରୀ ପାଢୀ ଛାଡି ଦେଇ ଫେରାର ହୋଇଯାଇଥିଲା। ଯାହାକୁ ନେଇ ଏ ସମସ୍ତ ଘଟଣା ପୀଡ଼ିତା ତାର ବାପା ଓ ମାଆଙ୍କୁ ଜଣାଇବା ପରେ ମାଆ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ପୁଲିସ ଅଭିଯୁକ୍ତ ଶ୍ରୀ ପାଢୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ୨୫ ଏପ୍ରିଲରେ ପୀଡିତାଙ୍କ ଡାକ୍ତରୀମାଇନା ଓ ୧୬୪ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ଏହି ଘଟଣା ପୁରୀ ଏସ୍‌ପିଙ୍କ ନିକଟରେ ପହଞ୍ôଚବା ପରେ ଅଭିଯୁକ୍ତ ଏସ୍‌ଆଇ ଶ୍ରୀ ପାଢୀଙ୍କୁ ନିଲମ୍ବିତ ଆଦେଶ ଦେଇଥିଲେ। ତେବେ ଶ୍ରୀ ପାଢୀ ଚାକିରିରୁ ନିଲମ୍ବିତ ହେବାପରେ ଫେରାର୍ ଅଛନ୍ତି। ଘଟଣା ଆଜିକୁ ୪ମାସ ବିତି ଯାଇଥିଲେ ମଧ୍ୟ ଜଗତସିଂହପୁର ପୁଲିସ ଅଭିଯୁକ୍ତ ଏସ୍‌ଆଇଙ୍କ ଟେର୍ ପାଉନାହାନ୍ତି। ଯାହାଫଳରେ କୋର୍ଟରେ ଚାର୍ଜସିଟ୍ ପହଞ୍ôଚବା ବିଳମ୍ବ ହେଉଥିବା ନେଇ ନ୍ୟାୟ ପାଇବାରୁ ପୀଡିତା ବିଳମ୍ବ ହେଉଥିବା ପୀଡିତାର ମାଆ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking