ପୁରୀ : ପୁରୀରେ ଶୁକ୍ରବାର ବୋମାମାଡ ହୋଇଥିବା ନେଇ ସୂଚନା ମିଳିଛି । ମୋଚିସାହି ନିକଟ ନୂଆତୋଟାରେ ଏହି ବୋମାମାଡ ହୋଇଛି । ବାଇକ୍ରେ ଆସି ଜାଗାଘର ଉପରକୁ ୩ ଦୁର୍ବୃତ୍ତ ଏହି ବୋମାମାଡ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।










