26.1 C
Bhubaneswar
Thursday, March 26, 2026
Homeଓଡିଶାଗୋପାଳପୁର ଲଜ୍ଜା: ହେଲାନି ଜାମିନ ଆବେଦନ

ଗୋପାଳପୁର ଲଜ୍ଜା: ହେଲାନି ଜାମିନ ଆବେଦନ

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଆସିଲା ବଡ ଖବର । ଅଭିଯୁକ୍ତ ଓମର୍‌ର ଜାମିନ୍ ଆବେଦନ ଖାରଜ କରାଯାଇଛି । ଚାର୍ଜସିଟ୍‌ରୁ ବାଦ୍ ପଡିଥିବା ଅଭିଯୁକ୍ତର ନାଁ ମାମଲାରୁ କାଟିବା ପାଇଁ ଦାଖଲ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌କୁ ଜେଏମ୍‌ଏଫ୍‌ସି ଖାରଜ କରିଛନ୍ତି । ଏହି ପିଟିସନ୍‌ର ଶୁଣାଣି ବେଳେ ଜେଏମ୍‌ଏଫ୍‌ସି କୋର୍ଟର ଏପିପି ଆଲୋକ କଦମ ମାମଲାରୁ ଅଭିଯୁକ୍ତର ନାଁ କାଟିବାକୁ ଦୃଢ଼ ବିରୋଧ କରିବା ସହିତ ବଳି‌ଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ଏଣୁ ସେହି ପିଟିସନ୍‌ ଖାରଜ ହୋଇଛି। ଅନ୍ୟପଟେ, ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାର ବିଚାରଣା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବର୍ତ୍ତମାନ ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ) ରିତିକା ଜେନାଙ୍କ କୋର୍ଟରେ କମିଟ୍‌ମେଣ୍ଟ୍‌ ପରେ ବିଚାରଣା ପାଇଁ ଜିଲ୍ଲା ଦୌରାଜଜ୍‌ କୋର୍ଟକୁ ମାମଲା ସ୍ଥାନାନ୍ତର କରାଯାଇଛି। କିଛିଦିନ ମଧ୍ୟରେ ମାମଲାର ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ଚାର୍ଜଫ୍ରେମ୍‌ କରାଯିବ। ଏହାପରେ ବିଚାରଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଗତ ଜୁନ୍ ୧୫ ତାରିଖ ସଂଧ୍ୟାରେ ଜଣେ ଯୁକ୍ତତିନି ଶେଷବର୍ଷ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ଗୋପାଳପୁର ଥାନା ପୁଲିସ ଘଟଣା ରାତିରେ ହିଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ଜଣ ଯୁବକଙ୍କୁ ଧରିଥିଲା। ପରବର୍ତ୍ତୀ ସମୟରେ ପୁଲିସ ଅନ୍ୟ ୪ଜଣ ନାବାଳକଙ୍କୁ ମଧ୍ୟ କାବୁ କରିଥିଲା। ୧୭ତାରିଖରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ୫ଜଣ ଯୁବକ ଓ ୪ଜଣ ନାବାଳକଙ୍କ ବିରୋଧରେ ଜୁଲାଇ ୨୮ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ଜଣେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇ ନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking