ଭୁବେନଶ୍ୱର: ସମଗ୍ର ବିଶ୍ୱବାସୀଙ୍କ ସହ ତାଳ ମିଶାଇ ଆଦିବାସୀ ଅଧିକାର, ସଂସ୍କୃତି ଏବଂ ସ୍ଵାଭିମାନର ସୁରକ୍ଷା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ, ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ବିଶ୍ୱ ଆଦିବାସୀ ଦିବସ ରାଜ୍ୟବ୍ୟାପି ଆସନ୍ତା ୮ ଏବଂ ୯ ଅଗଷ୍ଟ ରିଖ ଦୁଇ ଦିନ ଧରି ପାଳନ କରାଯିବ। ଏହି ଅବସରରେ ଆଦିବାସୀ କଂଗ୍ରେସ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ଏବଂ ସଦରମହକୁମା ଠାରେ ଆଦିବାସୀ ଅଧିକାରର ସୁରକ୍ଷା ଏବଂ ଜଙ୍ଗଲ ଅଧିକାର ଆଇନର ସୁଚାରୁରୂପେ କାର୍ଯ୍ୟକାରୀ ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ଉପସ୍ଥାପନା କରାଯିବ। କଂଗ୍ରେସ ଭବନ, ମାଷ୍ଟରକ୍ୟଣ୍ଟିନ ଠାରେ ୯ ତାରିଖ ଅପରାହ୍ନରେ ସାଧାରଣ ସଭା ସହ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସମେତ ପ୍ରଦେଶ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଏବଂ ପିସିସି ସମ୍ପାଦକ ଲକ୍ଷ୍ମୀଧର ସିଂ ପ୍ରମୁଖ ବହୁ କଂଗ୍ରେସ ନେତା ଏବଂ କର୍ମକର୍ତ୍ତା ଯୋଗ ଦେବେ ବୋଲି ଏକ ପ୍ରେସ ବିବୃତିରେ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି।










