19.1 C
Bhubaneswar
Wednesday, February 11, 2026
Homeଓଡିଶାବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପିସିସି ଟିମ

ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପିସିସି ଟିମ

ପଟ୍ଟାମୁଣ୍ଡାଇ / ଭୁବନେଶ୍ୱର: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ପିସିସି ଅନୁଧ୍ୟାନ ଟିମ୍ ପହଂଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ପରିବାରକୁ ଭେଟି ଏହି ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ ଏବଂ ଗଭୀର ସମବେଦନା ଜ୍ଞାପନ କରିଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ପିସିସି ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ,ମୁଖପାତ୍ର ସୋନାଲି ସାହୁ, ମନୀଷା ଦାଶ ପଟନାୟକ, ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମ୍ରିତା ଦାସ ସମେତ ପିସିସି କୋଷାଧକ୍ଷ ତଥା କେନ୍ଦ୍ରାପଡ଼ା ଲୋକ ସଭା କଂଗ୍ରେସ ପ୍ରାର୍ଥୀ ଇଂ ସିଦ୍ଧାର୍ଥ ଦାସ, ବିଧାନସଭା ପ୍ରାର୍ଥୀ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ, ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାଶ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟ ପ୍ରିୟ ସାମଲ, ଯୁବନେତା ପ୍ରଶାନ୍ତ ରାଉତ ଓ ପ୍ରଦୀପ ପ୍ରଧାନ ପ୍ରମୁଖ କାଠିଆପଡା ଗ୍ରାମରେ ପହଂଚି ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡାଙ୍କୁ ଭେଟି ଆଲୋଚନା କରିବା ସହିତ ଚଳିତ ସରକାରରେ ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି ବୋଲି ପ୍ରକାଶ କରିଥିଲେ। ପୋଲିସ ଓ ପ୍ରଶାସନର ଅବହେଳା ପାଇଁ ନିର୍ଯାତିତା ଛାତ୍ରୀ ଜଣକର ଅମୂଲ୍ୟ ଜୀବନ ଯାଇଛି ବୋଲି ଅଭିଯୋଗ କରି ଏହାର ବିଚାର ବିଭାଗୀୟ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ ।

ପରବର୍ତ୍ତୀ ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ଯାଇ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ମୃତ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ପୋଲିସ ଅବହେଳା ପାଇଁ ଏଭଳି ଘଟଣା ଘଟିଛି ବୋଲି ଆରକ୍ଷୀ ଅଧିକ୍ଷକଙ୍କୁ କହିବା ସହ ସବିଶେଷ ଆଲୋଚନା କରିଥିଲେ।ଉଚ୍ଚସ୍ତରୀୟ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରି ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ସେମାନେ ଦାବି ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking