16.1 C
Bhubaneswar
Sunday, December 7, 2025
Homeଓଡିଶା ରାଜନୀତି କରନ୍ତୁନି: ବଳଙ୍ଗା ପୀଡିତାଙ୍କ ବାପା

 ରାଜନୀତି କରନ୍ତୁନି: ବଳଙ୍ଗା ପୀଡିତାଙ୍କ ବାପା

ପୁରୀ: ପୁରୀରେ ବିଜେଡିର ହରତାଳକୁ ନେଇ ବଳଙ୍ଗା  ପୀଡିତାଙ୍କ  ବାପା ପ୍ରତିକ୍ରିୟା ରଖିଛନ୍ତି ।   ଆଉ ରାଜନୀତି ନ କରିବାକୁ ପୁଣି ଅନୁରୋଧ କଲେ ପୀଡିତାଙ୍କ ବାପା ।  ଆମେ ବହୁତ ଦୁଃଖରେ ଅଛୁ , ଆମକୁ ଆମ ଅବସ୍ତାରେ ଛାଡି ଦିଅନ୍ତୁ । ମୋ ଝିଅ ତ ରହିଲାନି ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ । ଏଥିରେ ଆଉ ରାଜନୀତି ନକରି ଆମ ଅବସ୍ଥାରେ ଛାଡି ଦିଅନ୍ତୁ । ସୂଚନା ଥାଉ କି, ଗତ କିଛି ଦିନ ତଳେ ବାଇକ ଯୋଗେ ଆସି ୩ରୁ ୪ ଜଣ ଯୁବକ ବଳଙ୍ଗା ନାବାଳିକା ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇଥିବା ସୂଚନା ମିଳିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ  ସ୍ଥାନୀୟ ପ୍ରାଥମିକ ଚିକିତ୍ସାଳୟରୁ ରେଫର କରି ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ପୁଣି ଉନ୍ନତମାନର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ବଳଙ୍ଗା ପୀଡିତା ଜଳିବା ଘଟଣାରେ ବିଜେଡି ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking