25.1 C
Bhubaneswar
Monday, May 11, 2026
Homeଓଡିଶାକେନ୍ଦ୍ରାପଡ଼ା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ କଂଗ୍ରେସର ଚେତାବନୀ

କେନ୍ଦ୍ରାପଡ଼ା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ କଂଗ୍ରେସର ଚେତାବନୀ

ଭୁବେନଶ୍ବର: ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନ କରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଉକ୍ତ ଘଟଣାକୁ ନେଇ ପିସିସି କୋଷାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର କଂଗ୍ରେସ ଯୁବନେତା ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ ଗଭୀର ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ନିକଟରେ ଛାତ୍ରୀଙ୍କ ନ୍ୟାୟ ଦାବି କରିଛନ୍ତି । ସେ କହିଛନ୍ତି ଉକ୍ତ ଘଟଣା ସରକାରୀ ବ୍ୟବସ୍ଥାର ଅବହେଳା ପାଇଁ ହୋଇଛି। ତେଣୁ ସରକାର ଏହି ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସ୍ୱରୂପ ତାଙ୍କୁ ନିଲମ୍ବନ କରିବା ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ନଚେତ୍ ମୃତ ଛାତ୍ରୀଙ୍କ ନ୍ୟାୟ ପାଇଁ କେନ୍ଦ୍ରାପଡ଼ାରେ ଜୋରଦାର ଆନ୍ଦୋଳନ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଇଂ ଦାଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking