କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପି ପହଞ୍ଚିଛନ୍ତି । ଘଟଣାସ୍ଥଳରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିଛନ୍ତି, ଆମେ ଘଟଣାର ତଦନ୍ତ ଆରମ୍ଭ କରିବୁ । ସାଇଣ୍ଟିଫିକ ଟିମ ଆସୁଛନ୍ତି , ତଦନ୍ତ କରିବେ । ବାପା, ମାଙ୍କ ସହ କଥା ହୋଇଛି । ଭାଙ୍ଗି କରି ଭିତରକୁ ପଶିଥିଲେ ବାପା ମା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ପଲେଇ ବାବୁ ଅଭିଯୋଗ ଯଦି ରଖିନଥିବେ ତଦନ୍ତ ହେବ । ତଦନ୍ତ ପରେ ସବୁ ସତ ପଦାକୁ ଆସିବ । ବାପାଙ୍କ ଅଭିଯୋଗର ତଦନ୍ତ କରାଯିବ । ଅନ୍ୟପଟେ ପଲେଇ ବାବୁ କହିଛନ୍ତି କେବେ କଣ ଘଟଣା ଘଟିଥିଲା ମୁଁ ଜାଣିନାହିଁ । ମୁଁ ମିଡିଆରେ ବାଇଟ ଦେବି ନାହିଁ । କେନ୍ଦ୍ରାପଡା ଜିଲ୍ଲା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଜିଅନ୍ତା ଜଳିଗଲେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ ଝିଅର ପ୍ରେମିକ ବ୍ଲାକମେଲିଂ କରୁଥିଲେ । ଅଶ୍ଲୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲେ । ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ୱେ ଅଭିଯୋଗ କରିଥିଲୁ ।









