କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପି ପହଞ୍ଚିଛନ୍ତି । ଏସପି ସିଧାର୍ଥ କଟାରିଆ ତଦନ୍ତ ଜାରି ରଖିଛନ୍ତି । କହିଛନ୍ତି ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ କେବେ ଅଭିଯୋଗ ଦେଇଥିଲେ କଣ ଦେଇଥିଲେ ଜାଣିନି । ଏଭଳି କିଛି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ପଲେଇ ବାବୁ । ଆହୁରି କହିଛନ୍ତି, ମୁଁ ମିଡିଆରେ ବାଇଟ ଦେବି ନାହିଁ । ସୂଚନାଥାଉ କି କେନ୍ଦ୍ରାପଡା ଜିଲ୍ଲା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଜିଅନ୍ତା ଜଳିଗଲେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ ଝିଅର ପ୍ରେମିକ ବ୍ଲାକମେଲିଂ କରୁଥିଲେ । ଅଶ୍ଲୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲେ । ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ୱେ ଅଭିଯୋଗ କରିଥିଲୁ । ଘଟଣାସ୍ଥଳରେ ଏଯାବତ ପୋଲିସ ପହଞ୍ଚି ନଥିବାରୁ ସତ୍ୟାସତ୍ୟ ସ୍ପଷ୍ଟ ହୋଇନାହିଁ । ଏହି ଖବର ଶୁଣି ଗାଁରେ ଶୋକାକୁଳ ପରିସ୍ଥିତି ଉପୁଜିଛି ।
କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣା; ତଦନ୍ତ କରି ରିପୋର୍ଟ ଦିଅ: ଡିଜିପି










