16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସତ୍ୟେନ୍ଦ୍ର ଜୈନ୍ ଆଶ୍ୱସ୍ତ: ମିଳିଲାନି ପ୍ରମାଣ; ମାମଲା ବନ୍ଦ କଲେ କୋର୍ଟ

ସତ୍ୟେନ୍ଦ୍ର ଜୈନ୍ ଆଶ୍ୱସ୍ତ: ମିଳିଲାନି ପ୍ରମାଣ; ମାମଲା ବନ୍ଦ କଲେ କୋର୍ଟ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ପିଡବ୍ଲ୍ୟୁଡି ମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁସାରେ ସତ୍ୟେନ୍ଦ୍ର ଜୈନ୍ ବିଭାଗୀୟ ମନ୍ତ୍ରୀ ଥିବାବେଳେ ବିଭାଗରେ ଅନେକ ବଡ଼ ଦୁର୍ନୀତି ତଥ୍ୟ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଆଧାରରେ ସିବିଆଇ ଶ୍ରୀ ଜୈନ୍ ଏବଂ ପିଡବ୍ଲ୍ୟୁଡିର ତତ୍କାଳୀନ କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏନେଇ ଆଜି ପର୍ଯ୍ୟନ୍ତ କୋର୍ଟରେ ମାମଲା ଗଡ଼ିଚାଲିଥିବା ସତ୍ତ୍ୱେ ଏହି ସମୟ ସୁଦ୍ଧା କୋର୍ଟରେ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିବାରେ ସିବିଆଇ ବିଫଳ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସୋମବାର କୋର୍ଟ ଶୁଣାଣି ସମୟରେ ସତ୍ୟେନ୍ଦ୍ର ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ବନ୍ଦ କରି ଦେଇଛନ୍ତି । କୋର୍ଟ କହିଛନ୍ତି, ‘ଅନେକ ବର୍ଷର ତଦନ୍ତ ସତ୍ତ୍ୱେ, ପିଓସି ଆଇନ୍ ୧୯୮୮ କିମ୍ବା ଅନ୍ୟ କୌଣସି ଅପରାଧ ଅନୁଯାୟୀ ଅଭିଯୋଗକୁ ସମର୍ଥନ କରିବା ପାଇଁ କାହାରି ବିରୋଧରେ କୌଣସି ପ୍ରମାଣ ମିଳିଲାନାହିଁ । ଅପରାଧିକ ଷଡ଼ଯନ୍ତ୍ର ସୂଚାଇବା ପାଇଁ କୌଣସି ଯୁକ୍ତିସଂଗତ ତର୍କ ମଧ୍ୟ ନାହିଁ । ସୁତରାଂ ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ପିଡବ୍ଲ୍ୟୁଡି ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଏବଂ ତଥ୍ୟଗତ ପୃଷ୍ଠଭୂମି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଯଥେଷ୍ଟ ନୁହେଁ । ଏଥିପାଇଁ ଦୃଢ଼ ପ୍ରମାଣ ଆବଶ୍ୟକ । ସୁତରାଂ କୋର୍ଟ ଏପ୍ରକାର ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି ।

ଗୋଟିଏ ପଟେ କୋର୍ଟଙ୍କ ଏପ୍ରକାର ବିବୃତି ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି (ଆପ)ର ଅଧ୍ୟକ୍ଷ ସୌରଭ ଭରଦ୍ୱାଜ ଖୁସି ପ୍ରକାଶ କରିଛନ୍ତି ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଭରଦ୍ୱାଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ମିଥ୍ୟା ଏବଂ ଅବାନ୍ତର ସିବିଆଇ ମାମଲା ଏବେ କୋର୍ଟରେ ଖାରଜ ହେଉଛି । ଏସବୁ କେବଳ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଫସାଇବା ଏବଂ ହଇରାଣ ହରକତ କରିବା ତଥା ଆପ୍ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ କରାଯାଇଥିଲା । ଶେଷରେ ସତ୍ୟର ବିଜୟ ହୋଇଛି ହୋଇ ଏବଂ ଏପରି ଏକ ମିଥ୍ୟା ମାମଲାରେ, ବହୁ ବର୍ଷ ଧରି ତଦନ୍ତ କରିବା ପରେ ମଧ୍ୟ ସିବିଆଇ କୌଣସି ଦୁର୍ନୀତିଗତ ପ୍ରମାଣ ଦାଖଲ କରିନପାରିବାରୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ବୋଲି ଆପ୍ ଦର୍ଶାଇଛି । ଉଲ୍ଲେଖଯୋଗ୍ୟ, ଜୈନ ୨୦୧୫ ରୁ ୨୦୧୭ ମଧ୍ୟରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ସ୍ଥାବର ସମ୍ପତ୍ତି ହାସଲ କରିଥିଲେ, ଯାହାର ସେ ସନ୍ତୋଷଜନକ ହିସାବ ଦେଇପାରିନଥିଲେ ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking