ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରା ପଡିଲା ହିଡେନ କ୍ୟାମେରା । ଚଷମାରେ ହିଡେନ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ । ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ସିଂହଦ୍ୱାର ଥାନା ପୋଲିସ । ଯୁବକଙ୍କୁ ଅଟକ ରଖିବା ସହ ମୋବାଇଲ ଜବତ କରି ଯାଞ୍ଚ କରୁଛି ପୋଲିସ । କାଲି ଗୁଜୁରାଟର ଜଣେ ବ୍ୟକ୍ତି ମଧ୍ୟ ଅନୁରୁପ କାଯ୍ୟ ପାଇଁ ଧରାପଡିଥିଲେ ।










