16.1 C
Bhubaneswar
Monday, February 9, 2026
Homeଓଡିଶାଅନ୍ତ୍ୟୋଦୟ ଗୃହ ଯୋଜନା ପୋର୍ଟାଲ ମାଧ୍ୟମରେ ୫୭,୩୦୮ ହିତାଧିକାରୀ ପାଇ ସାରିଛନ୍ତି ପ୍ରଥମ କିସ୍ତି

ଅନ୍ତ୍ୟୋଦୟ ଗୃହ ଯୋଜନା ପୋର୍ଟାଲ ମାଧ୍ୟମରେ ୫୭,୩୦୮ ହିତାଧିକାରୀ ପାଇ ସାରିଛନ୍ତି ପ୍ରଥମ କିସ୍ତି

ଭୁବନେଶ୍ଵର:  ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ଅଧୀନରେ ବିଭିନ୍ନ ବର୍ଗର ୫୭,୩୦୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥରାଶି ପାଇସାରିଛନ୍ତି l ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଗ୍ରାମୀଣ ଗୃହ ନିର୍ମାଣ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ପୋର୍ଟାଲର ସୁଗମ କାର୍ଯ୍ୟକ୍ଷମତା ଯୋଗୁ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ଏବଂ ସ୍ୱଚ୍ଛ ଆର୍ଥିକ ସହାୟତା ପ୍ରଦାନ ସୁନିଶ୍ଚିତ ହୋଇଛି । ମୋଟ ୫୭,୩୦୮ ଜଣ ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ପୋର୍ଟାଲ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କର ପ୍ରଥମ କିସ୍ତି ଗୃହ ସହାୟତା ପାଇଛନ୍ତି। ଏହା ବ୍ୟତୀତ, ୧,୩୬୮ ଜଣ ହିତାଧିକାରୀ ଦ୍ୱିତୀୟ କିସ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ନିର୍ମାଣ ପ୍ରଗତିର ସଫଳ ଯାଞ୍ଚ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରଭାବଶାଳୀ ତଦାରଖ ସ୍ବଚ୍ଛତା ଅବଲମ୍ବନରେ ସହାୟକ ହୋଇଛି । ସ୍ୱୟଂଚାଳିତ ଆଧାର-ଆଧାରିତ ପେମେଣ୍ଟ ସିଷ୍ଟମ (ABPS) ସମନ୍ୱୟ ତ୍ରୁଟିକୁ ହ୍ରାସ କରିବା ସହ ପାଣ୍ଠି ବଣ୍ଟନକୁ ତ୍ୱରାନ୍ୱିତ କରିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ପ୍ରଣୀତ ହୋଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା l ହିତାଧିକାରୀ ତାଲିକାକୁ ଆହୁରି ସମବେଶୀ କରିବା ପାଇଁ ଦିବ୍ୟଙ୍ଗ ବିଭିନ୍ନ ବର୍ଗର ଗୃହହୀନ କିମ୍ବା କଚ୍ଚା ଘରେ ବାସ କରୁଥିବା ପରିବାର ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବାର ପ୍ରାବଧାନ ରହିଛି । ଏହା ମଧ୍ୟରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟରେ ଅଥବା ହାତୀ ଉପଦ୍ରବରେ ସମ୍ପୂର୍ଣ୍ଣ / ଭୀଷଣ ଭାବରେ ପ୍ରଭାବିତ ପରିବାର, ସରକାରୀ ପ୍ରକଳ୍ପ ସ୍ଥାନାନ୍ତରଣ ଆବଶ୍ୟକ କରୁଥିବା ସଂରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ପରିବାର, ମୁଖ୍ୟ ଉପାର୍ଜନକାରୀ ଅତି କମ୍ ରେ ୪୦% ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ଥିବା ପରିବାର, ନାବାଳକ ସନ୍ତାନ ଥିବା ବିଧବା ମହିଳା, ପରିବାରର ମୁଖ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ପରିବାର, କୁଷ୍ଠ ରୋଗରୁ ମୁକ୍ତ, ମୁକ୍ତ ଗୋତି ଶ୍ରମିକ , ଶହୀଦ ପରିବାର , ଜାତୀୟ ପୁରସ୍କାରପ୍ରାପ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍, ଜଙ୍ଗଲ ଅଧିକାର ଆଇନ (FRA) ହିତାଧିକାରୀ, ତୁରନ୍ତ ଗୃହ ଆବଶ୍ୟକ କରୁଥିବା ପରିବାର ରହିଛନ୍ତି l ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ AGJ ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧ। ଏହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସ୍ଥିର ଘର ନିର୍ମାଣ ପାଇଁ ଆବଶ୍ୟକ ସହାୟତା ମିଳିବ। ପୋର୍ଟାଲଟି ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହିତ ଆଗାମୀ ସପ୍ତାହଗୁଡ଼ିକରେ କାର୍ଯ୍ୟାନ୍ୱୟନର ଗତି ଆହୁରି ତ୍ୱରାନ୍ୱିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking