ଢେଙ୍କାନାଳ: ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ । ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗାଁରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହୋଇଛି । ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ୨ ଦିନ ତଳେ ହିନ୍ଦୋଳରେ ୩ ଜଣଙ୍କୁ ଦଳି ମାରି ଦେଇଥିଲା ହାତୀ । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ହାତୀ ଉପଦ୍ରବ ନେଇ ଆତଙ୍କିତ ଅଛନ୍ତି ଗ୍ରାମବାସୀ ।










