ନୂଆଦିଲ୍ଲୀ: ବ୍ଲାକମେଲର ଶିକାର ହୋଇ ୨୬ ବର୍ଷୀୟା ଛାତ୍ରୀ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ା ଏଭଳି ଘଟଣା ଉତ୍ତରପ୍ରଦେଶର ଆମରୋହାରେ ଘଟିଛି । ସୂଚନଆ ଅନୁସାରେ , ଗୁରୁବାର ରାଚିରେ ଖାଇବା ସାରି ଛାତ୍ରୀ ଜଣଙ୍କ ତାଙ୍କ ରୁମକୁ ଯାଇଥିଲେ । ଶୁକ୍ରବାର ସକାଳେ ରୁମ ବାହାରକୁ ବାହାରିନଥିଲେ । ପରିବାର ଲୋକେ କବାଟ ବାଡେଇବା ସତ୍ତ୍ୱ କୌଣସି ଉତ୍ତର ନ ମିଳିବାରୁ ଝରକା ବାଟ ଦେଇ ରୁଚିକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ତଦନ୍ତରୁ ମୃତକଙ୍କ ହାତରେ ସୁଇସାଇଡ ନୋଟ ଲେଖାହୋଇଥିବା ଜଣାପଡିଥିଲା । ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ସେଠାରେ ଅରୁଣ ନାମକ ଯୁବକଙ୍କୁ ଦାୟୀ କରିଥିଲେ । ରୁଚି ଯେତେବେଳେ ତାଙ୍କ ସାଙ୍ଗ ସହ ବାଇକରେ କଲେଜ ଯାଉଥିଲେ , ସେହି ସମୟରେ ଜଣେ ଯୁବକ ରୁଚିଙ୍କର ଏକ ଗୁପ୍ତ ଭିଡିଓ ରେକର୍ଡିଂ କରିଦେଇଥିଲେ । ଆଉ ଗାଁ ଲୋକଙ୍କୁ ସେୟାର କରିବେ ବୋଲି ଧମକ ଦେଉଥିଲେ । ଏଥି ସହିତ ତାଙ୍କ ସହ ଶାରୀରିକ ସମ୍ପର୍କ , ଏବଂ ଟଙ୍କା ମଧ୍ୟ ମାଗୁଥିଲେ । ଯେତେବେଳେ ରୁଚି ମନା କରିଦେଇଥିଲେ । ଯୁବକ ଜଣଙ୍କ ଗ୍ରୁପରେ ସେୟାର କରିଦେଇଥିଲା । ଲୋକ ଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ରୋଜି । ପୋଲିସ ପରିବାରର ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଖୁବଶୀଘ୍ର ଗିରଫ ହେବେ ସେନେଇ ତଦନ୍ତ ଜାରି ରହିଛି ।









