16.1 C
Bhubaneswar
Sunday, December 7, 2025
Homeଓଡିଶାଇବ୍ ନଦୀରେ ବୁଡ଼ି ୨ନିଖୋଜ: ୪୦ ଘଣ୍ଟା ପରେ ମିଳିଲା ଜଣଙ୍କ ମୃତଦେହ

ଇବ୍ ନଦୀରେ ବୁଡ଼ି ୨ନିଖୋଜ: ୪୦ ଘଣ୍ଟା ପରେ ମିଳିଲା ଜଣଙ୍କ ମୃତଦେହ

ସୁନ୍ଦରଗଡ: ଇବ ନଦୀରେ ବୁଡି ଦୁଇ ଯୁବକ ନିଖୋଜ ଘଟଣା । ଦୀର୍ଘ ୪୦ ଘଣ୍ଟା ପରେ  ଠାବ ହେଲା ଜଣେ ଯୁବକଙ୍କ ମୃତଦେହ । ସବଡେଗା ବ୍ଲକ  ଯମୁନା ପଞ୍ଚାୟତ   ମୟାବାହାଲ ଡଙ୍ଗା  ଘାଟ  ନିକଟରେ  ପାଣି ଭିତରେ  ଏକ ପଥରରେ  ମୃତଦେହ  ଲାଖି ରହିଥିବା ଦେଖିବାକୁ ମିଳିଥିଲା ।  ଉଦ୍ଧାର ହୋଇଥିବା ଯୁବକ ରୋଶନ ପାଶୱାନ ବୋଲି ଜଣାପଡିଛି ।  ଅନ୍ୟ ଜଣେ ଯୁବକଙ୍କ ଏଯାଏଁ ପତ୍ତା ମିଳିନି ।  ଗତ ବୁଧବାର ଦିନ  ଇବ ନଦୀ କାହ୍ନାକୁଣ୍ଡ ଠାରେ  ଭାସିଯାଇଥିଲେ ଦୁଇ  ଯୁବକ । ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ।  ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର  ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର । ରୋଶନଙ୍କ  ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜୟନାରାୟଣ ଏବେ ବି ନିଖୋଜ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking