30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍

ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବମ୍। ସେ ଭାରତ ଉପରେ ଲଗାଇଛନ୍ତି ୨୫% ଟାରିଫ୍। ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ୨୫% ଟାରିଫ ଲାଗୁ ହେବ। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି। ଟ୍ରମ୍ପ ଲେଖିଛନ୍ତି ‘ମନେରଖ, ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେ ତାଙ୍କ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କରିଛୁ। କାରଣ ଭାରତର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ ଏବଂ ସେମାନଙ୍କ ଉପରେ ଯେକୌଣସି ଦେଶ ତୁଳନାରେ ସବୁଠାରୁ କଠୋର ଏବଂ ଅପ୍ରୀତିକର ଅଣ-ଆର୍ଥିକ ବାଣିଜ୍ୟ ପ୍ରତିବନ୍ଧକ ରହିଛି। ଏହା ସହିତ, ସେମାନେ ଅଧିକାଂଶ ସାମରିକ ଉପକରଣ ରୁଷଠାରୁ କିଣିଛନ୍ତି। ରୁଷର ସବୁଠାରୁ ବଡ଼ କ୍ରେତା ହେଉଛି ଭାରତ। ଏପରି ସମୟରେ ଯେତେବେଳେ ସମସ୍ତେ ଚାହାଁନ୍ତି ଯେ ରୁଷ ୟୁକ୍ରେନରେ ହତ୍ୟା ବନ୍ଦ କରୁ। ଏଭଳି ସ୍ଥିତିରେ ରୁଷ ସହ ଭାରତ ଲଗାତାର ବାଣିଜ୍ୟ କାରବାର ବଢାଇବାରେ ଲାଗିଛି। ଏ ସବୁକିଛି ଠିକ୍ ନୁହେଁ ! ତେଣୁ ଅଗଷ୍ଟ ୧ ତାରିଖରୁ ଭାରତକୁ ୨୫% ଶୁଳ୍କ ଏବଂ ଏହା ବାଦ୍ ଜରିମାନା ଦେବାକୁ ପଡିବ। ଏହି ବିଷୟରେ ଧ୍ୟାନ ପାଇଁ ଧନ୍ୟବାଦ। ମେକ୍ ଆମେରିକା ଗ୍ରେଟ୍ ଏଗେନ୍ !

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking