38.2 C
Bhubaneswar
Thursday, June 25, 2026
Homeଓଡିଶାସ୍ତ୍ରୀ ଓ ଶାଶୂକୁ ହତ୍ୟା ପେର ମାଟିରେ ପୋତ ଦେଲା ଅଭିଯୁକ୍ତ

ସ୍ତ୍ରୀ ଓ ଶାଶୂକୁ ହତ୍ୟା ପେର ମାଟିରେ ପୋତ ଦେଲା ଅଭିଯୁକ୍ତ

ବାରିପଦା: ଜଘନ୍ୟ ନୃଶଂସ । ସ୍ତ୍ରୀ ଓ ଶାଶୂକୁ ହତ୍ୟା ପେର ମାଟିରେ ପୋତ ଦେଲା ଅଭିଯୁକ୍ତ । ଆଉ ମୃତଦେହ ପୋତିବା ପରେ ସେଠି ଲଗାଇ ଦେଲା କଦଳୀ ଗଛ ।ସ୍ତ୍ରୀ, ଶାଶୂକୁ ପଥରରେ ଛେଚି ହତ୍ୟା କଲା ପରେ ମାଟିରେ ପୋତି ଦେଲା ନୃଶଂସ ଜ୍ବାଇଁ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବଡ଼ନୂଆଗାଁରେ ଘଟିଛି ଏଭଳି ଅଘଟଣ । ମୃତ ମା’ ଓ ଝିଅ ହେଲେ ସୋନାଲି ଦଳେଇ (୨୩) ଓ ସୁମତି ଦଳେଇ (୫୫)। ଅଭିଯୁକ୍ତ ଦେବାଶିଷ ପାତ୍ରକୁ ପୁଲିସ ଗିରଫ କରିଛି। ତେବେ ଗତ ୧୯ ତାରିଖରେ ଘଟିଛି ଏହି ହତ୍ୟାକାଣ୍ଡ । ମାଟିତଳୁ ସ୍ତ୍ରୀ ଓ ଶାଶୁଙ୍କ ମୃତଦେହ ଉଦ୍ଧାର କରି ଏବେ ତଦନ୍ତ କରୁଛି ପୋଲିସ । ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ସୋନାଲି ଓ ସୁମତି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ନୂଆଗାଁର ଦେବାଶିଷ ପାତ୍ରଙ୍କୁ ଦୁଇ ବର୍ଷ ପୂର୍ବରୁ ବିବାହ କରିଥିଲେ। ଦେବାଶିଷ ପୂର୍ବରୁ ମଧ୍ୟ ବିବାହିତ। ସେ ଜଣେ ସ୍ବାସ୍ଥ୍ୟ କର୍ମୀଙ୍କୁ ବିବାହ କରିଥିଲେ। ଦେବାଶିଷ ଓ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ନେଇ କୋର୍ଟରେ ମାମଲା ଚାଲିଚି। ପାରିବାରିକ କଳହ ଅଥବା ଅନ୍ୟ କୌଣସି କାରଣ ପାଇଁ ନିଜ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ଗତ ୧୯ ତାରିଖ ଦିନ ପଥରରେ ଛେଚି ହତ୍ୟା କରିଥିଲା। ପରେ ନିଜ ଘର ପଛପାର୍ଶ୍ବରେ ଥିବା ବଗିଚା ପଛପଟରେ ଦୁଇ ମୃତଦେହକୁ ପୋତି ଦେଇଥିଲା। ତେବେ କିଛି ଦିନ ଧରି ହତ୍ୟାକାରୀଙ୍କ ସ୍ତ୍ରୀ ନିଖୋଜ ଥିବାରୁ ଗ୍ରାମବାସୀ ସନ୍ଦେହ ହୋଇଥିଲା। କିଛି ଗ୍ରାମବାସୀ ଦେବାଶିଷଙ୍କ ଘରପଛରେ ଥିବା ବାଡ଼ିରେ ମାଟି ଚିହ୍ନ ଦେଖି ଅଧିକ ସନ୍ଦେହ କରିଥିଲେ। ଏଠାରେ ଗାତ ଖୋଳା ଯାଇଥିବାର ଦେଖି ସେମାନେ ଅଧିକ ସନ୍ଦେହ କରିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking