34.1 C
Bhubaneswar
Sunday, April 26, 2026
Homeଓଡିଶାଜିଲ୍ଲାସ୍କୁଲ ପରିସରରେ ଆଇନ ସଚେତନତା ସଭା 

ଜିଲ୍ଲାସ୍କୁଲ ପରିସରରେ ଆଇନ ସଚେତନତା ସଭା 

ଯାଜପୁର: ଯାଜପୁର ଅଜି ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲା ସ୍କୁଲ ପରିସରରେ ଏକ ସଚେତନତା ସଭା ପ୍ରାଧିକରଣ ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଶିଶୁ କିଶୋର ନ୍ୟାୟ ୨୦୨୫ ଶିଶୁଙ୍କ ପାଇଁ ଯତ୍ନ ଓ ସୁରକ୍ଷା ଏବଂ ଶିଶୁ ଙ୍କ ଦେୟ ମୁକ୍ତ ବାଧ୍ୟତାମୂଳକ ଶିକ୍ଷା ବିଷୟ ରେ ଅତିଥି ଆଲୋଚକ ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନଗୋ,ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାୟଣ ପୃଷ୍ଟି,ଶିଶୁ ମଙ୍ଗଳ କମିଟି ସଦସ୍ୟ ଜୟନ୍ତ ଗୋସ୍ଵାମୀ ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟଵେକ୍ଷକ କୁମାରସେନ୍ ସେନାପତି ପ୍ରମୁଖ ଯୋଗ ଦେଇ ବିସ୍ତୃତ ଆଲୋଚନା କରିଥିଲେ ।

ଏହି ପରିପ୍ରେକ୍ଷୀ ରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିଶୁଙ୍କ ଦେୟ ମୁକ୍ତ ଵାଧ୍ୟତା ମୂଳକ ଶିକ୍ଷା ଶିର୍ଷକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ୍ ଏସ୍ ଲିପାଲି ସୁପ୍ରଭାତି ଜେନା,ସନ୍ତୋଷୀ ନାୟକ ଓ ପ୍ରିୟାନସୀ ରାଉତ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ,ତୃତୀୟ ସ୍ଥାନ ଅଧିକାର କରି ପ୍ରାଧିକରଣ ସଚୀବ ଓ ଅନ୍ୟ ଅତିଥି ମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।ପ୍ରଥମେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାସୁଦେବ ସେନାପତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଚେତନତା ସଭାରେ ଜିଲ୍ଲା ସ୍କୁଲ୍ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀଙ୍କ ସମେତ ପୌରାଞ୍ଚଳର ଅନ୍ୟାନ୍ୟ ବିଦ୍ୟାଳୟ ର ଶିକ୍ଷକ ପ୍ରତିନିଧି ମାନେ ଭାଗନେଇ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷାକର୍ମୀ ମାନେ ସହଯୋଗ କରିଥିଲେ ।ହରିସାମନ୍ତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking