14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବସ-ଟ୍ରକ ଧକ୍କା: ୧୮ କାଉଡିଆ ମୃତ

ବସ-ଟ୍ରକ ଧକ୍କା: ୧୮ କାଉଡିଆ ମୃତ

ନୂଆଦିଲ୍ଲୀ: ବସ ଟ୍ରକ ଧକ୍କାରେ ୧୮ କାଉଡିଆଙ୍କ ମୃତ୍ୟୁ ହୋଇଛି ।  ଅନେକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି । ମଙ୍ଗଳବାର ସକାଳେ  ଝାଡଖଣ୍ଡର ଦେଓଘରରେ ଦୁର୍ଘଟଣା ଘଟିଛି ।    କାଉଡିଆଙ୍କୁ ନେଇ ଯାଉଥିବା ବସକୁ ଟ୍ରକ ଧକ୍କା ଦେଇଛି । ବୈଦ୍ୟନାଥ ପୀଠରେ ପାଣି ଢାଳି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।  ୨୦ ରୁ ଅଧିକ କାଉଡିଆ ଗୁରୁତର ଥିବାବେଲେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖାଦେଇଛି ।  ଏନେଇ ସ୍ଥାନୀୟ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୂଚନା ଦେଇଛନ୍ତି ।  ଆହତମାନଙ୍କୁ  ଚିକିତ୍ସା ପାଇଁ  ହସ୍ପିଟାଲ ପଠାଯାଇଛି ।   ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି ।  ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡ୍ରାଇଭର  ନିଦରେ ଶୋଇପଡିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଝାଡଖଣ୍ଡ  ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ,  ଏହା ଏକ ଦୁଃଖଦ ଖବର ।   ଜିଲ୍ଲା ପ୍ରଶାସନ ରିଲିଫ ଏବଂ ଉଦ୍ଧାର କାଯ୍ୟ ସହିତ ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking