ଭୁବନେଶ୍ୱର: ଓଡିଶାରେ ୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି ଆଇନ ପାଇଁ ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ଉପବାଚସ୍ପତି ଭବାନୀ ଭୋଇ । ଓଡିଶା ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ ଆଣ୍ଟି ସୋସିଆଲ ଆକ୍ଟିଭିଟି ଆକ୍ଟ ଆଣିବାକୁ ଦାବି ରଖିଛନ୍ତି । ସୁପାରି ଦେଇ ହତ୍ୟା, ବେଆଇନ ଖଣି ଖନନ ମାମଲା ବଢିବାରେ ଲାଗିଛି । ଓଡିଶାରେ ଚୋରି , ଡକାୟତି, ଦାଦାବଟି , ନିଶା କାରବାର ରୋକିବାକୁ ଆଇନ ଆସୁ । ବର୍ତ୍ତମାନ ଆଇନରେ ଥିବା ଗଳାବାଟ ଦେଇ ଖସିଯାଉଛନ୍ତି, ଅପରାଧୀ । ତେଣୁ ୟୁପି ଶୈଳୀରେ ଗ୍ୟାଙ୍ଗଷ୍ଟର ନିରୋଧୀ ଆଇନ ପାଇଁ ଦାବି ।









