22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶକୁଖ୍ୟାତ ଆତଙ୍କୀ ହାସିମ ମୂସା ନିପାତ

କୁଖ୍ୟାତ ଆତଙ୍କୀ ହାସିମ ମୂସା ନିପାତ

ନୂଆଦିଲ୍ଲୀ:  ସୋମବାର ଶ୍ରୀନଗରର ହରୱାନ ଅଞ୍ଚଳର ଦାଚିଗାମ ଜାତୀୟ ଉଦ୍ୟାନ ନିକଟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିରେ ହସିମ ମୂସା ମଧ୍ୟ ରହିଛନ୍ତି। ପହଲଗାମ ହମଲାର ମାଷ୍ଟରମାଇଣ୍ଡ ନିପାତ । ଜାମ୍ମୁ କାଶ୍ମୀରରେ କୁଖ୍ୟାତ ଆତଙ୍କବାଦୀ ହାସିମର ମୃତ୍ୟୁ ହୋଇଛି । ଭାରତୀୟ ସେନାର ସ୍ୱତନ୍ତ୍ର ଅପରେସନରେ ହାସିମର ଏନକାଉଣ୍ଟର ହୋଇଛି । ଭାରତୀୟ ସୁରକ୍ଷାବାହିନୀକୁ ବଡ ସଫଳତା ମିଳିଛି । ଅପରେସନ ମହାଦେବରେ ନିପାତ ହୋଇଥିବା ସୂଚନା ମିଳିଛି । ହାସିମ ମୂଷାକୁ ଧରାଇଦେବାକୁ ୨୦ ଲକ୍ଷର ପୁରସ୍କାର ଥିଲା । କେବଳ ପହଲଗାମ ନୁହେଁ, ଅନ୍ୟ ଆକ୍ରମଣରେ ସମ୍ପୃକ୍ତ ଥିଲ ହାସିମ । କିପରି ପାକିସ୍ତାନ ଖସି ନଯାଏ ଜାଲ ବିଛା ଯାଇଥିଲା ।

ଅଧିକାରୀଙ୍କ କହିବା ଅନୁଯାୟୀ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।  ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଦଚିଗାମ ଜାତୀୟ ଉଦ୍ୟାନ ନିକଟସ୍ଥ ହରୱାନ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କମ୍ବିଂ ଅପରେସନ ସମୟରେ ସୈନ୍ୟମାନେ ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଦୁଇ ରାଉଣ୍ଡ ଗୁଳିର ଶବ୍ଦ ଶୁଣାଯାଇଥିଲା। ଏହା ପରେ ସୁରକ୍ଷାବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ଅପରେସନ। ସେନା, ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଦ୍ୱାରା ଅପରେସନ ମହାଦେବ ନାମକ ଏହି ମିଳିତ ଅଭ୍ୟାସ ଆରମ୍ଭ କରାଯାଇଥିଲା। ମୃତଦେହଗୁଡ଼ିକୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଛି। ଆତଙ୍କବାଦୀଙ୍କ ଆଡ୍ଡାରୁ ୧୭ଟି ଗ୍ରେନେଡ୍, ଗୋଟିଏ ଏମ୍୪ କାର୍ବାଇନ୍ ଏବଂ ଦୁଇଟି ଏକେ-୪୭ ରାଇଫଲ୍ ଏବଂ ରାସନ୍ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking