ଭଦ୍ରକ: ଭଦ୍ରକରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ୱାମୀ। ସୂଚନା ଅନୁସାରେ, ଟଙ୍କା ପାଇଁ ସ୍ତ୍ରୀ ଗୁରୁବାରୀ ଜେନା (୪୫ )ଙ୍କୁ ତାଙ୍କ ସ୍ବାମୀ ଗୋପୀନାଥ ଜେନା ହାଣି ଦେଇଛନ୍ତି। ଭଦ୍ରକ ଜିଲ୍ଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ପଞ୍ଚାୟତର ପାରାପୋଖରୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏହି ଅଭାବନୀୟ କାଣ୍ଡ ଘଟିଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ନିକଟରେ ରକ୍ତଭିଜା ଲୁଗା ପଡ଼ିଥିବାବେଳେ ଖବର ପାଇ କଷିଆ ସାମୁଦ୍ରିକ ଥାନା ଅଧିକାରୀ ସାବିତ୍ରୀ ପଣ୍ଡା ହାବିଲଦାର ରମେଶ ଚନ୍ଦ୍ର ନାୟକ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଭଦ୍ରକରୁ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।










