15.1 C
Bhubaneswar
Saturday, December 6, 2025
Homeଓଡିଶାବୀମା ପଞ୍ଜିକରଣ ଅବଧି ଜୁଲାଇ ୩୧ ପରିବର୍ତେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ- କଂଗ୍ରେସ

ବୀମା ପଞ୍ଜିକରଣ ଅବଧି ଜୁଲାଇ ୩୧ ପରିବର୍ତେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ- କଂଗ୍ରେସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଚାଷୀଙ୍କ ଲାଭରେ ଥିବା ପୂର୍ବ ପ୍ରଚଳିତ କେନ୍ଦ୍ରସରକାରଙ୍କ ଅଧିନ ରାଷ୍ଟ୍ରୀୟ କୃଷି ବୀମା ଯୋଜନାକୁ ହଠାତ୍ ପରିବର୍ତନ କରି ସରକାର, ବିଜେପି ଦଳ ଓ ଘରୋଇ ବୀମା କମ୍ପାନୀଙ୍କ ଫାଇଦା ପାଇଁ ୨୦୧୬ ଖରିଫ ଋତୁଠାରୁ ଦେଶରେ ପ୍ରଧାନମନ୍ତ୍ରୀ ‘ଫସଲ ବୀମା’ ଯୋଜନା କାର୍ଯ୍ୟକାରି କଲେ। ଦେଶର ପ୍ରାୟ ୧୪କୋଟି ଚାଷୀଙ୍କ ମଧ୍ୟରୁ ୫ କୋଟି ଚାଷୀ ଏହି ଯୋଜନାରେ ଅନର୍ଭୁକ୍ତ ହୋଇଥିଲେ ମଧ୍ୟ ଗତ ୯ ବର୍ଷ ମଧ୍ୟରେ ଫସଲ କ୍ଷତିରେ ଚାଷୀ ବୀମା ସହାୟତା ରାଶି ପାଇବା ତ ଦୂରର କଥା ସେମାନଙ୍କ ସଂଗୃହୀତ ମୋଟ ପ୍ରିମିୟମ ରାଶି ୨ଲକ୍ଷ ୩ ହଜାର ୬ଶହ କୋଟି ଟଙ୍କାରୁ ଘରୋଇ କମ୍ପାନୀମାନେ ଏହି ପ୍ରିମିୟମ ପାଣ୍ଠିରୁ ୧ଲକ୍ଷ ୧୦୦କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଫାଇଦା ଉଠାଇଛନ୍ତି। ସେହିପରି ଓଡ଼ିଶାରେ ଗତ ୯ ବର୍ଷ ମଧ୍ୟରେ ୫୩ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୨ ଲକ୍ଷ ଋଣି ଓ ଅଣଋଣୀ ଚାଷୀଙ୍କ ପ୍ରାୟ ୧୨ ହଜାର ୧୦୦ କୋଟି ଟଙ୍କା ପ୍ରିମିୟମର ୫ ହଜାର କୋଟି ଟଙ୍କା କମ୍ପାନୀ ଓ ସରକାରର ସଲାସତାରେ ଫାଇଦା ଉଠାଯାଇଛି। ପୂର୍ବରୁ ସରକାରଙ୍କ କତୃତାଧିନ ବୀମା କମ୍ପାନୀ ଚାଷୀଙ୍କୁ ପ୍ରକୃତ କ୍ଷତିପୂରଣ ଦେଉଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ ହେବାଠାରୁ ଚାଷୀ ଲାଭବାନ ହେବା ପରିବର୍ତେ ସରକାର ଓ ଘରୋଇ କମ୍ପାନୀମାନେ ଲାଭଖୋର ପାଲଟିଛନ୍ତି ଏବଂ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଅମିୟ କୁମାର ପଟ୍ଟନାୟକ କିଷାନ କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

ଚଳିତବର୍ଷ ବୀମା ପଞ୍ଜିକରଣ ପାଇଁ ଜୁଲାଇ ୩୧ ତାରିଖ ଯେଉଁ ସମୟସୀମା ରଖାଯାଇଛି ତୁରନ୍ତ ଏହାର ପରିବର୍ତନ କରି ବୀମା ପଞ୍ଜିକରଣ ଅବଧି ଜୁଲାଇ ୩୧ ପରିବର୍ତେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା, ଗ୍ରାମ ପଂଚାୟତ ପରିବର୍ତେ ପ୍ରତି ରାଜସ୍ୱଗ୍ରାମକୁ ଏକକ ଫସଲବୀମା ୟୁନିଟ ଭାବେ ଘୋଷଣା ଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସମ୍ବଦ୍ଧୀୟ ଅଭିଯୋଗର ସମାଧାନ ପାଇଁ ସର୍ତାବଳୀରେ ସୂତନ୍ତ୍ର ନିୟମ ଉଲ୍ଲେଖ କରିବାକୁ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି। ପ୍ରକାଶଥାଉକି ଚଳିତମାସ ୧୧ ତାରିଖ ଦିନ ଲୋକସଭାର ମାନ୍ୟବର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବଂଚାଓ ସମାବେଶରେ ଯୋଗଦେବା ଅବସରରେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ ବୀମା ସମ୍ବଦ୍ଧୀୟ ତଥ୍ୟ ଜାଣିବାପରେ ସରକାର ଓ ବୀମା କମ୍ପାନୀମାନେ ଯେପରି ଚାଷୀଙ୍କୁ ଲୁଟିଛନ୍ତି ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି ଅନୁଭବ କରିଥିଲେ। ତେଣୁ ଏହି ସମ୍ବଦ୍ଧୀୟ ତଥ୍ୟାବଳୀକୁ ସଂଗ୍ରହ କରାଯାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପୁନଶ୍ଚ ଅବଗତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking