14.1 C
Bhubaneswar
Saturday, December 6, 2025
Homeଓଡିଶାଗୁଣିଗାରିଡି ସନ୍ଦେହରେ ଯୁବକଙ୍କ ଗୋଡହାତ ବାନ୍ଧି ନିସ୍ତୁକ ମାଡ

ଗୁଣିଗାରିଡି ସନ୍ଦେହରେ ଯୁବକଙ୍କ ଗୋଡହାତ ବାନ୍ଧି ନିସ୍ତୁକ ମାଡ

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ବାସୁଦେବପୁରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ(ତନ୍ତ୍ର ସାଧକ) ସନ୍ଦେହରେ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି । ଗ୍ରାମର ବି. ନରସିଂହ,ବି. ପାଣ,ବି.କାଳିଆ, ବି.ସାବିତ୍ରୀ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଚାନନ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗ୍ରାମର ଜଣେ ଯୁବତୀଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୋଗ ନିରୂପଣ ନ ହେବାରୁ ତାଙ୍କୁ କେହି ଗୁଣିଆ (ତନ୍ତ୍ର ବିଦ୍ୟା) କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଗାଁ ନିକଟସ୍ଥ ଜଣେ ତନ୍ତ୍ର ସାଧକଙ୍କ ପରାମର୍ଶ କ୍ରମେ ଗ୍ରାମର ଜଣେ ବ୍ୟକ୍ତି ହିଁ ଯୁବତୀଙ୍କୁ ତନ୍ତ୍ର ବିଦ୍ୟା ପ୍ରୟୋଗ କରିଥିବା ସୂଚନା ଦେଇଥିଲେ। ପରେ ପରିବାର ଓ ସମ୍ପର୍କୀୟ ଲୋକେ ପଞ୍ଚାନନଙ୍କୁ ସନ୍ଦେହ କରି ଗତ ବୁଧବାର ରାତିରେ ତାଙ୍କୁ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking