27.1 C
Bhubaneswar
Thursday, March 26, 2026
Homeଓଡିଶାକାରଖାନା ଶ୍ରମ କଲ୍ୟାଣ ଅଧିକାରୀ ମାନଙ୍କ ଙ୍କ ତାଲିମ କର୍ମଶାଳା

କାରଖାନା ଶ୍ରମ କଲ୍ୟାଣ ଅଧିକାରୀ ମାନଙ୍କ ଙ୍କ ତାଲିମ କର୍ମଶାଳା

କାରଖାନା ଆଇନ,1948 ରେ ବ୍ୟବସ୍ଥିତ ଶ୍ରମିକ ମାନଙ୍କ ର କଲ୍ଯାଣ ସମ୍ବନ୍ଧୀୟ ଅନୁଚ୍ଛେଦ ର ଉପଯୁକ୍ତ ଏବଂ ପ୍ରଭାବୀ ଢଙ୍ଗରେ କାର୍ଯ୍ଯାନ୍ବୟନ କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କାରଖାନା ମାନଙ୍କ ରେ ନିୟୋଜିତ ଶ୍ରମ କଲ୍ୟାଣ ଅଧିକାରୀ ମାନଙ୍କ ର ଆଜି ଏକ ରାଜ୍ୟସ୍ତରୀୟ କର୍ମଶାଳା ଭୁବନେଶ୍ବର ର ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ରେ ଅନୁଷ୍ଠିତ ହୋଇ ଯାଉଛି। ପୂର୍ବାହ୍ନରେ ଉକ୍ତ କର୍ମଶାଳା କୁ ମୁଖ୍ୟ ଅତିଥି ରାଜ୍ୟ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ I.A.S ଉଦଘାଟନ କରି ଥିଲେ। ଶ୍ରମିକ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ଏବଂ ନ୍ୟାର୍ଯ୍ୟ ଅଧିକାର ସମ୍ବନ୍ଧରେ ସଜାଗ ଏବଂ ସଚେତନ କରାଇବା ଶ୍ରମ କଲ୍ୟାଣ ଅଧିକାରୀ ମାନଙ୍କ ର ପ୍ରଧାନ ସାମାଜିକ ଦାଇତ୍ଵ ଏବଂ ସେଥିପ୍ରତି ଉଭୟ ସମ୍ବେଦନଶୀଳ ହୋଇପାରିଲେ ଶିଳ୍ପାୟନ ରେ ଶାନ୍ତି, ସୁରକ୍ଷା, ଦକ୍ଷତା ଏବଂ ପାରଦର୍ଶୀତା ରେ ପ୍ରଗତି ହେବାସହ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହେବ ବୋଲି ମୁଖ୍ୟଅତିଥି ତାଙ୍କ ଉଦବୋଧନରେ ପ୍ରକାଶ କରିଥିଲେ।

କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ର ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାରଖାନା ଆଇନ ର ବ୍ୟବସ୍ଥିତ ଶୌଚାଳୟ, ପରିସ୍ରାଗାର, ସଫେଇ ଘର, ସାଇକେଲ/ ଗାଡି ଷ୍ଟାଣ୍ଡ, ବିଶ୍ରାମ କକ୍ଷ,କ୍ୟାଣ୍ଟିନ୍, ଭୋଜନ କକ୍ଷ,ଶିଶୁ ସଦନ,ଚିକିତ୍ସା ସହାୟତା,ଦରମା ସହିତ ଛୁଟି ଇତ୍ୟାଦି କଲ୍ୟାଣ କାରୀ ସୁବିଧା ର ବାସ୍ତବ କାର୍ଯ୍ୟକାରିତା ଉପରେ ଶ୍ରମ କଲ୍ୟାଣ ଅଧିକାରୀ ଙ୍କ କର୍ତ୍ତବ୍ୟ ଏବଂ ଦାଇତ୍ଵ ଉପରେ ଆଲୋକପାତ କରିଥିଲେ.। ସଫଳ ଭାବେ ତାଲିମ କାର୍ଯ୍ୟକ୍ରମ ସମାପନ ପରେ ରାଜ୍ୟର କୋଣ ଅନୁକୋଣରେ ସ୍ଥାପିତ ଭିନ୍ନ ଭିନ୍ନ୍ କାରଖାନା ର ଅଂଶ ଗ୍ରହଣ କାରୀ 65 ଜଣ ଶ୍ରମ କଲ୍ୟାଣ ଅଧିକାରୀ ଙ୍କୁ ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରମାଣପତ୍ର ମୁଖ୍ଯଅତିଥି ରାଜ୍ୟ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଙ୍କ କରକମଳରେ ବଣ୍ଟନ୍ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking