17.1 C
Bhubaneswar
Tuesday, December 9, 2025
Homeଓଡିଶାଯୌତୁକ ଜୁଇରେ ଜଳିଗଲା ପୁଣି ଜଣେ ନବବଧୂ

ଯୌତୁକ ଜୁଇରେ ଜଳିଗଲା ପୁଣି ଜଣେ ନବବଧୂ

ପଟ୍ଟାମୁଣ୍ଡାଇ : ବାହାଘରକୁ ବରଷେ ପୂରିନି । କିନ୍ତୁ ଯୌତୁକ ଜୁଇରେ ଜଳିଗଲା ପୁଣି ଜଣେ ନବବଧୂ । ମେଡିକାଲ ଦୂଆରେ ମୋ ଝିଅ.. ଝିଅ କହି କାନ୍ଦି କାନ୍ଦି ଗଡ଼ିଯାଉଛି ବାପା । ଆଖି ଲୁହକୁ ଓଠରେ ଚାପି ରଖି କାନ୍ଦୁ ଥାଏ ମା’ । ସେପଟେ ହୋ ହାଲ୍ଲା ପାଟି ତୁଣ୍ଡରେ କମ୍ପି ଉଠୁଥାଏ ମେଡିକାଲ ପରିସର । ଉପସ୍ଥିତ ଥିବା ବନ୍ଧୁ ପରିବାର ବର୍ଗ ସମସ୍ତେ କାନ୍ଦୁଥାଆନ୍ତି । କାହାରି ଧୈର୍ଯ୍ୟ ରହୁ ନଥାଏ । କେମିତି ବା ନ କାନ୍ଦିବେ ଝିଅଟି ଶାଶୁ ଘରେ ନିର୍ଯାତନାର ଶିକାର ହୋଇ ଶେଷରେ ଯୌତୁକ ଜୁଇରେ ଜଳିଗଲା । କୁହାଯାଏ ଝିଅ ଜନମ ପରଘରକୁ । ଏଥିପାଇଁ ସବୁ ଝିଅ ଦିନେ ନା ଦିନେ ଚାଲି ଯାଆନ୍ତି ଶାଶୁ ଘରକୁ । ସେଠାରେ ବାପା, ମାଆ, ଭାଇ, ଉଭଣୀଙ୍କ ସ୍ଥାନରେ ପାଇଥାନ୍ତି ଶାଶୁ, ଶ୍ୱଶୁର ଏବଂ ନଣନ୍ଦ, ଦିଅରକୁ । ଯାହାଙ୍କୁ ନେଇ ଦେଖିଥାନ୍ତି ଅନେକ ସ୍ୱପ୍ନ । ସ୍ବାମୀ ସହ ଗଢ଼ିଥାଆନ୍ତି ସୁନାର ସଂସାର । ହେଲେ ଯଦି ନିଜ ଘର ଛାଡି ଆସିଥିବା ଝିଅଟି ଶାଶୁ ଘରେ ନିର୍ଯାତନାର ଶିକାର ହୋଇ ଶେଷରେ ଜୁଇରେ ଜଳିବ । ତେବେ ପର ଘରକୁ ଝିଅ ଦେବାକୁ କାହିଁକି ନ ଡରିବେ ଜନ୍ମକଲା ବାପା ମାଆ । ଦୁନିଆ ଯେତିକି ଯେତିକି ଆଧୁନିକତାର ରାସ୍ତାରେ ଗତି କରୁଛି ସେତିକି ନିର୍ଯାତନା ଜନିତ ଘଟଣା ମୁଣ୍ଡ ଟେକି ଛିଡା ହେଉଛି । ଯେଉଁ ଖବର ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଛି ।

ଧାର ଉଦ୍ଧାର କରି ଝିଅ ବାହା କରୁଥିବା ବାପାଟିଏ ଯେତେବେଳେ ଝିଅର ମୃତ୍ୟୁ ଖବର ତାଙ୍କ ପାଖରେ ଆସି ପହଁଚିଥାଏ ସେତେବେଳେ ଲୁହ ଆଉ କୋହରେ ଗୋଟେ ବାପାର ଛାତି ଫାଟିପଡ଼େ । ଯେଉଁ ଚିତ୍ର ଆଜି ଆପଣ ମାନଙ୍କ ସାମ୍ନାରେ । ଝିଅକୁ ମାରି ଦେଇଥିବା ନେଇ ଗୋଟିଏ ବାପା ଅଭିଯୋଗ କରିଛନ୍ତି । ଏଭଳି ସଂଗୀନ ଅଭିଯୋଗ ଆସିଛି ପଟ୍ଟାମୁଣ୍ଡାଇ ବ୍ଲକରୁ । ୬ ମାସ ତଳେ ଝିଅକୁ ବାହା ଦେଇଥିଲେ ଏବେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତ କାଠିଆପଡା ଗାଁର ବିକ୍ରମ ପାଢ଼ୀଙ୍କ ପୁଅ ଶିବପ୍ରସାଦ ପାଢ଼ୀ ଗତ ୬ ମାସ ପୂର୍ବେ ରାଜନଗର ସ୍ଥିତ ଜୟଦେବ ପାଢ଼ୀଙ୍କ ଝିଅ କାବେରୀ ପାଢ଼ୀକୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ୨ମାସ ପରେ କାବେରୀ ପାଢ଼ୀଙ୍କୁ ଶାଶୂଘର ପରିବାର ଲୋକେ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ବାରମ୍ବାର କାବେରୀ ତାଙ୍କ ଭଉଣୀ ଓ ପରିବାରଙ୍କୁ ଫୋନ ଯୋଗେ ଜଣାଇ ଆସୁଥିଲେ । ବିଳମ୍ବିତ ରାତିରେ କାବେରୀ ମୃତ୍ୟୁ ବରଣ କରିଥିବା ବେଳେ ସକାଳୁ ସକାଳୁ ଶାଶୂଘର ଲୋକେ କାବେରୀକୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଛାଡି ଦେଇ ଫେରାର ହେଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking